ହୃଦ୍‌ଯନ୍ତ୍ରର ଯତ୍‌ନ ନେବ ଆପଲ୍‌-୪

ବଜାରରେ ଉପଲବ୍ଧ ବିଭିନ୍ନ ପ୍ରକାର ସ୍ମାର୍ଟୱାଚ୍‌ କେତେ ପାଦ ଚାଲିଲେ, ନାଡିର ସ୍ପନ୍ଦନ ଏବଂ ଶ୍ୱାସକ୍ରିୟା ସଂକ୍ରାନ୍ତରେ ତଥ୍ୟ ଯୋଗାଇ ପାରୁଛନ୍ତି । ଏହି କାର୍ଯ୍ୟକୁ ଆହୁରୀ ଆଧୁନିକ କରିବା ପାଇଁ ଆପଲ୍‌ ପ୍ରସ୍ତୁତି କରିଛି ସିରିଜ୍‌ ୪ର ଏପରି ଏକ ସ୍ମାର୍ଟୱାଚ୍‌ ଯାହା ହୃଦ୍‌ଯନ୍ତ୍ରର ଇସିଜି କରିପାରିବ । ଫଳରେ ଇସିଜି ପାଇଁ ଡାକ୍ତରଙ୍କ ପାଖକୁ ଯିବା ଆବଶ୍ୟକ ହେବନାହିଁ । ସ୍ମାର୍ଟୱାଚର ଡିଜିଟାଲ କ୍ରାଉନ୍‌ ଉପରେ ଆଙ୍ଗୁଠିର ଚାପ ଦେଲେ ଏହାର ତଳେ ଥିବା କଣ୍ଡକଫର ହୃଦୟଯନ୍ତ୍ରର ସ୍ପନ୍ଦନ ଜାଣିପାରିବ । ଡାକ୍ତରଖାନାର ଇସିଜି ପରି ଆପଲ୍‌୪ ସେତେ ଉନ୍ନତ ନହେଲେ ମଧ୍ୟ ହୃଦ୍‌ଯନ୍ତ୍ରରେ କୌଣସି ସମସ୍ୟା ହେଲେ ଏହା ସମୟ ଥାଇ ସତର୍କ କରାଇଦେଇପାରେ ।