ଭଦ୍ରକ ,୩୦/୧: ଭଦ୍ରକ ଡିଆର୍ଡିଏ ସମ୍ମିଳନୀ କକ୍ଷରେ ବୁଧବାର ୭ମ ଜିଲା ପରିଷଦ ବୈଠକ ଅନୁଷ୍ଠିତ ହୋଇଛି। ୧୬ ପ୍ରକଳ୍ପ ଅନୁମୋଦନ ପାଇଁ ଏହି ବୈଠକ ବସିଥିଲା। ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନା ବିଷୟରେ ଆଲୋଚନା ହେବା ପରେ ଜିଲା ପରିଷଦ ସଭ୍ୟା ରଞ୍ଜିତା ସ୍ବାଇଁ କେନ୍ଦ୍ର ସରକାରଙ୍କ ଲୋକାଭିମୁଖୀ ଯୋଜନା ସମ୍ପର୍କରେ ଆଲୋଚନା କରିବାକୁ କହିଥିଲେ, ଫଳରେ ଚାନ୍ଦବାଲି ବିଧାୟକ ବ୍ୟୋମକେଶ ରାୟ ତାଙ୍କୁ ଗେଟ୍ଆଉଟ କହିଥିଲେ। ଏହାକୁ କେନ୍ଦ୍ରକରି ୪ ଜଣ ଜିଲା ପରିଷଦ ବୈଠକ ବର୍ଜନ କରି ହୋହଲ୍ଲା କରିଛନ୍ତି।