ଶସ୍ତାରେ ସ୍ମାର୍ଟଟିଭି

ଦିଲ୍ଲୀର ସଫାର୍ଟଅପ୍‌ କମ୍ପାନୀ ସୈମି ଇନ୍‌ଫୋର୍ମେଟିକ୍ସ ୩୨ ଇଞ୍ଚ ବିଶିଷ୍ଟ ସ୍ମାର୍ଟ ଟିଭି ଲଞ୍ଚ କରିଛି । ଯାହାର ମୂଲ୍ୟ ରହିଛି ୪୯୯୯ ଟଙ୍କା । କିନ୍ତୁ ଇନ୍‌ଷ୍ଟାଲେସନ୍‌ ଚାର୍ଜ ଓ ଜିଏସ୍‌ଟି ମିଶି ଟିଭିର ମୂଲ୍ୟ ୭ ହଜାର ଟଙ୍କା ବୋଲି ଜଣାପଡିଛି । କିନ୍ତୁ କମ୍ପାନୀ ଅନୁସାରେ ଏହା ଦୁନିଆର ସବୁଠାରୁ ଶସ୍ତା ସ୍ମାର୍ଟ ଟିଭି । ଏଥିରେ ଆଣ୍ଡ୍ରଏଡ୍‌ ୪.୪ ଓଏସ୍‌ ରହିଛି । ଏହା ସହ ଏଥିରେ ଫେସ୍‌ବୁକ୍‌ ଓ ୟୁଟୁ୍ୟବ୍‌ ଭଳି ଆ« ମଧ୍ୟ ପ୍ରି-ଇନ୍‌ଷ୍ଟାଲ ହୋଇରହିଛି । ଆଉ ଅନ୍ୟ ଆ« ଇନ୍‌ଷ୍ଟାଲ୍‌ ପାଇଁ ୪ ଜିବି ଷ୍ଟୋରେଜ୍‌ ମଧ୍ୟ ରହିଛି । ଟିଭିରେ ୫୧୨ ଏମ୍‌ବିର ରାମ୍‌ ରହିଛି । ଟିଭିର ଲଞ୍ଚିଙ୍ଗ୍‌ ଦ୍ୱାରା କମ୍ପାନୀ ପରିଚାଳକ ଅବିନାଶ ମେହରା କହିଛନ୍ତି, ‘ଏହି ଟିଭି ଲଞ୍ଚ କରିବାର କାରଣ ଲୋକଙ୍କ ପାଖକୁ ସ୍ମାର୍ଟଟିଭି ପହଞ୍ଚାଇବା । ଏହି ଟିଭି କମ୍‌ ଦାମ୍‌ରେ ଆଡ୍‌ଭାନ୍‌ସ ଫିଚର ସହ ମିଳିପାରିବ ।’ ମେକ୍‌ ଇନ୍‌ ଇଣ୍ଡିଆରେ ଅନୁଷ୍ଠିତ ହୋଇଥିବା ‘ସଫାର୍ଟଅପ୍‌ ଇଣ୍ଡିଆ’ ଯୋଜନା ମାଧ୍ୟମରେ ସ୍ମାର୍ଟ ଟିଭିର ସମସ୍ତ ପାର୍ଟସ୍‌ ଭାରତରେ ପ୍ରସ୍ତୁତ ହୋଇଥିବାବେଳେ ଏଥିପାଇଁ ୨୦୦ ଲୋକଙ୍କୁ ରୋଜଗାର କ୍ଷମ କରାଯାଇଛି । ସୈମୀ ଇନ୍‌ଫୋର୍ମେଟିକ୍ସ ଦ୍ୱାରା ପ୍ରେରିତ ଏହି ଟିଭିରେ ୩୨ ଇଞ୍ଚ ବିଶିଷ୍ଟ ଏଚ୍‌ଡି ଏଲ୍‌ଇଡି ସ୍କ୍ରିନ୍‌ ରହିଛି ଯାହାର ରେଜୁ୍ୟଲୁସନ୍‌ ୧୩୬୬*୭୮୬ ଓ ଆସ୍‌ପେକଫ ରେସିଓ ୧୬:୯ ରହିଛି । ଏହି ଟିଭିକୁ ଦେଖିବା ଛଡା େୱବ୍‌ ବ୍ରାଉଜିଙ୍ଗ ଓ ଆଣ୍ଡରଏଡ୍‌ ଗେମ୍‌ ଖେଳିବାରେ ମଧ୍ୟ ବ୍ୟବହାର କରାଯାଇପାରିବ । କନେକଫିଭିଟି ପାଇଁ ଦୁଇଟି ଏଚ୍‌ଡିଏମ୍‌ଆଇ ଓ ଦୁଇଟି ୟୁଏସ୍‌ବି ପୋର୍ଟ ରହିଛି । ଏହାଛଡା ଏଥିରେ ୧୦ ୱାଟର ସ୍ପିକର ରହିଛି । ପୂର୍ବେ ଏହି ଫିଚର ଫୋନ୍‌ ନିର୍ମାତା କମ୍ପାନୀ ‘ଡିଟଲ’ ନାମକ ଶସ୍ତା ଏଲ୍‌ଇଡି ଟିଭି ୩୯୯୯ ଟଙ୍କାରେ ଲଞ୍ଚ୍‌ କରିଥିଲା । ଯାହାକିି କମ୍ପାନୀର ଅଫିସିଆଲ୍‌ ସାଇଡ୍‌ ତଥା ବିଟୁବିଏଡିଡିଏ ଡଟ୍‌ କମ୍‌ରେ କ୍ରୟ କରାଯାଉଥିଲା । କିଣିବା ପାଇଁ ଗ୍ରାହକଙ୍କର ଆଧାରକାର୍ଡ ଥିବା ନିହାତି ଆବଶ୍ୟକ । ଗୋଟିଏ କାର୍ଡରେ ଗୋଟେ ଟିଭି ମିଳିପାରିବ ବୋଲି ଘୋଷଣା କରାଯାଇଛି । ଯାହାର ଧ୍ୱନି ‘ପହଲେ ଆଓ, ପହଲେ ପାଓ’ ରଖାଯାଇଛି ।