ବୈଜ୍ଞାନିକମାନେ ପ୍ରଥମଥର ପାଇଁ ଏପରି ଏକ ବଟିକା ପ୍ରସ୍ତୁତ କରିଛନ୍ତି ଯେଉଁଥିରେ ସେନ୍ସର ରହିଛି । ଏହି ବଟିକା ଗିଳିଲେ ପେଟରେ ଫୁଲି ବଲ୍ ଆକାରର ହୋଇଯାଏ । ଏଥିରେ ଥିବା ସେନ୍ସର ପେଟ ସହ ଜଡିତ ସମସ୍ତ ବିବରଣୀ କମ୍ପୁ୍ୟଟରକୁ ପ୍ରେରଣ କରେ । ମେଡିକାଲ ଇଣ୍ଡଷ୍ଟ୍ରୀରେ ଏହା ଏକ ବଡ ସନ୍ଧାନ କହିଲେ ଅତୁ୍ୟକ୍ତି ହେବନାହିଁ । ବଟିକା ପେଟରେ କର୍କଟ, ଅନ୍ତଃରେ ଛାଲ ପଡିବା, କିଡ୍ନୀ ଆଦି ସମସ୍ୟାର ସଠିକ୍ ସୂଚନା ଦେବ । ଏହି ବଟିକାରେ ଲାଗିଥିବା ସେନ୍ସର ପାଖାପାଖି ୩୦ ଦିନ ପର୍ଯ୍ୟନ୍ତ ପେଟର ବିବରଣୀ ଜଣାଇବ । ଏହି ବିଶେଷ ବଟିକା ଏମ୍ଆଇଟିର ଇଞ୍ଜିନିୟର ପ୍ରସ୍ତୁତ କରିଛନ୍ତି । ପେଟର ବିବରଣୀ ଦେବ ଯେପରିକି ପେଟର ବ୍ୟାକେଫରିଆ, ଭାଇରସ୍ ଓ ପିଏଚ୍ ଭ୍ୟାଲୁ ବିଷୟରେ ମଧ୍ୟ ଜଣାଇଥାଏ । ଗିଳିବା ପରେ କଷ୍ଟ ହୋଇନଥାଏ କାରଣ ବଟିକା ପେଟରେ ଫୁଲିକି ନରମ ହୋଇଯାଏ । ଯଦି ପେଟରୁ କାଢିବାକୁ ହୁଏ ତେବେ ରୋଗୀଙ୍କୁ କ୍ୟାଲ୍ସିୟମ୍ ମିଶା ପାଣି ପିଇବାକୁ ପଡିଥାଏ । ଫଳରେ ବଟିକାର ଆକାର ଛୋଟ ହୋଇ ବାହାରକୁ ଆସିଯାଏ । ଏହି ବଟିକା ଦୁଇ ପ୍ରକାର ହାଇଡ୍ରୋଜେଲ୍ସ୍ରେ ପ୍ରସ୍ତୁତ କରାଯାଇଛି । ହାଇଡ୍ରୋଜେଲ୍ସ୍, ପଲିମର ଓ ପାଣିର ମିଶ୍ରଣ ରୂପ ହେଉଛି ଏହି ବଟିକା । ଏହି ପଦାର୍ଥକୁ ବ୍ୟକ୍ତି ଗିଳିବା ଦ୍ୱାରା ପେଟରେ ଫୁଲିଥାଏ । ଦୀର୍ଘ ସମୟ ପର୍ଯ୍ୟନ୍ତ ଏହି ବଟିକାକୁ ପରୀକ୍ଷଣ କରାଯାଇଛି ।