ରାଜ୍ୟ ସରକାରଙ୍କୁ ଜମାକାରୀଙ୍କ ଚେତାବନୀ : ଆସନ୍ତା ୧୯ରୁ ସତ୍ୟାଗ୍ରହ

ଭୁବନେଶ୍ୱର,୧/୨: ନିର୍ବାଚନ ପୂର୍ବରୁ ରାଜ୍ୟ ସରକାରଙ୍କୁ ଘେରିବା ପାଇଁ ସବୁ ସଂଗଠନ ପ୍ରୟାସ ଆରମ୍ଭ କଲେଣି । ପ୍ରଥେମ ପୋଲିସ-ହାବିଲଦାର-କନଷ୍ଟେବଲ-ସିପାହୀ ମହାସଂଘର କାର୍ଯ୍ୟବନ୍ଦ ପାଇଁ ଚେତାବନୀ ଦେଇଥିବା ବେଳେ ଆଜି ରାଜ୍ୟ ପୋଲିସ ସଂଘ ବିଭିନ୍ନ ଦାବି ଉପସ୍ଥାପନା କରିଛି । ଯଦି ଦାବି ପୂରଣ ନହେଲେ ଆସନ୍ତା ୧୦ରୁ ସମୂହ ଛୁଟିରେ ଯିବେ ବୋଲି ଚେତାବନୀ ଦେଇଛି ସଂଘ । ଏବେ ଏହି ସ୍ଥିତିରେ ମଇଦାନକୁ ଓହ୍ଲାଇବାକୁ ଯାଉଛି ଚିଟଫଣ୍ଡ କ୍ଷତିଗ୍ରସ୍ତ ସଂଘ । ସରକାରଙ୍କୁ ଡେଡଲାଇନ ଦେଇଛି ସଂଘ ।
ରାଜ୍ୟ ସରକାରଙ୍କୁ ଡେଡଲାଇନ ଦେଲେ ଚିଟଫଣ୍ଡ କ୍ଷତିଗ୍ରସ୍ତ । ଫେବ୍ରୁଆରୀ ୧୫ ସୁଦ୍ଧା ଟଙ୍କା ଫେରସ୍ତ ପାଇଁ ଡେଡଲାଇନ ଦେଲା ଜମାକାରୀ ସଂଘ । ଆସନ୍ତା ୧୫ ସୁଦ୍ଧା ଜମାଟଙ୍କା ଫେରସ୍ତ ନକଲେ ୧୯ରେ ଭୁବନେଶ୍ୱରରେ ସତ୍ୟାଗ୍ରହ କରିବାକୁ ନିଷ୍ପତ୍ତି ନେଇଛି ସଂଘ । ୧୯ରେ ହେବାକୁ ଥିବା ଏହି ସତ୍ୟାଗ୍ରହରେ ରାଜ୍ୟର ସମସ୍ତ ଚଟଫଣ୍ଡ କ୍ଷତିଗ୍ରସ୍ତ ସାମିଲ ହେବେ । ଏନେଇ ସୂଚନା ଦେଇଛନ୍ତି ଚିଟଫଣ୍ଡ କ୍ଷତିଗ୍ରସ୍ତ ମିଳିତ ମଞ୍ଚ ଆବାହକ ଜୟନ୍ତ ଦାସ ।