ଆସନ୍ତା ୬ରେ ବିଜେଡିରେ ମିଶିବେ ପୂର୍ବତନ ବିଧାୟକ ଯୋଗେଶ ସିଂ

ଭୁବନେଶ୍ୱର, ୪/୨ : ବହୁ ବାଦ ବିବାଦର ପରେ ଶେଷରେ ବିଜେଡିରେ ମିଶିବେ ସୁନ୍ଦରଗଡର ପୂର୍ବତନ ବିଧାୟକ ଯୋଗେଶ ସିଂ । ଆସନ୍ତା ୬ରେ ବିଜେଡିରେ ମିଶିବେ ଯୋଗେଶ ସିଂ । ଏନେଇ ସୂଚନା ଦେଇଛନ୍ତି ଯୋଗେଶ ସିଂ ।

୧୯ ବର୍ଷ ଧରି କ୍ଷମତାରେ ରହିଥିବା ଶାସକ ବିଜେଡି ଆଗାମୀ ନିର୍ବାଚନକୁ ଦୃଷ୍ଟିରେ ରଖି ରଣନୀତିସ୍ଵରୂପ ଅନ୍ୟ ଦଳରୁ ନେତା ଆମଦାନୀ କରି ପ୍ରଥମେ ବିରୋଧୀ ଦଳକୁ ଦୁର୍ବଳ କରିବାରେ ଲାଗି ପଡିଛନ୍ତି। ଏଥିରେ ବିଜେଡିର ଟାର୍ଗେଟରେ ରହିଛି କଂଗ୍ରେସ। କାରଣ ଅନେକ ବରିଷ୍ଠ ନେତା କଂଗ୍ରେସ ଛାଡି ବିଜେଡିରେ ଯୋଗ ଦେଲେଣି। ନିକଟରେ ଝାରସୁଗୁଡାର ପୂର୍ବତନ ବିଧାୟକ ନବଦାସ କଂଗ୍ରେସ ଛାଡି ବିଜେଡିରେ ଯୋଗ ଦେଇଛନ୍ତି। ବିଜେଡି ମଧ୍ୟ କଳବଳେ କୌଶଳ ଯୋଗେଶ ସିଂହକୁ ଦଳରେ ସାମିଲ ନେଇ ଲାଗି ପଡ଼ିଥିଲା। ମାତ୍ର ନବଙ୍କୁ ଦଳରେ ସାମିଲ କରିବା ଯେତିକି ସହଜ ହୋଇଥିଲା ଯୋଗେଶଙ୍କୁ ଦଳରେ ସାମିଲ କରିବା ସେତେଟା ସହଜ ହୋଇ ନାହିଁ। ଯୋଗେଶଙ୍କୁ ନେଇ ସୁନ୍ଦରଗଡ଼ ବିଜେଡିରେ କେଁ ମଧ୍ୟ ଦେଖା ଦେଇଛି। ସ୍ଥାନୀୟ କର୍ମୀଙ୍କ ମଧ୍ୟରେ ଅସନ୍ତୋଷର ଦାନା ବାନ୍ଧିଛନ୍ତି ।

ସୂଚନା ମୁତାବକ ଏହାର କିଛି ଦିନ ତଳେ ଦଳ ବିରୋଧୀ ମନ୍ତବ୍ୟ କାରଣରୁ ଏଆଇସିସିର ଅନୁମୋଦନ କ୍ରମେ ସୁନ୍ଦରଗଡ଼ ବିଧାୟକ ଯୋଗେଶ ସିଂହଙ୍କୁ ଦଳରୁ ନିଲମ୍ବିତ କରାଯାଇଥିଲା। ଏହା ପରେ ଯୋଗେଶ ଦଳ ଛାଡ଼ିଥିଲେ। ଏହା ପରେ ସେ ବିଧାୟକ ପଦରୁ ଇସ୍ତଫା ଦେଇଥିଲେ।