ଢେଙ୍କାନାଳ ଜିଲ୍ଲାର ୬୩ଟି ରୂପାନ୍ତରିତ ହାଇସ୍କୁଲ ଲୋକାର୍ପିତ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ୧୪/୧ : ୫-ଟି ମାଧ୍ୟମରେ ୪ର୍ଥ ପର୍ଯ୍ୟାୟରେ ୬ଟି ଜିଲ୍ଲାର ୩୨୨ଟି ରୂପାନ୍ତରିତ ଉଚ୍ଚ ବିଦ୍ୟାଳୟ କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲୋକାର୍ପଣ କରିଛନ୍ତି। ଏହି ୪ର୍ଥ ପର୍ଯ୍ୟାୟରେ ମାଲକାନଗିରି, ବାଲେଶ୍ୱର,ଗଜପତି,କେନ୍ଦୁଝର, କଟକ ସମେତ ଢେଙ୍କାନାଳ ଜିଲ୍ଲା ସାମିଲ ରହିଛି।ଏହି ଲୋକାର୍ପଣ ଉତ୍ସବ ଅବସରରେ ଢେଙ୍କାନାଲ ଜିଲ୍ଲାର ୬୩ଟି ରୂପାନ୍ତରିତ ଉଚ୍ଚ ବିଦ୍ୟାଳୟକୁ ଭିଡିଓ କନ୍ଫରେନ୍ସି ମାଧ୍ୟମରେ ଲୋକାର୍ପିତ କରିଛନ୍ତି ମୁଖ୍ୟମନ୍ତ୍ରୀ । ଉତ୍ସବରେ କାମାକ୍ଷାନଗର ବିଧାୟକ ତଥା ରାଜ୍ୟ ଖଣି, ଇସ୍ପାତ ଓ ପୂର୍ତ୍ତ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ, ଢେଙ୍କାନାଳ ବିଧାୟକ ସୁଧୀର ସାମଲ ଓ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଅର୍ଚ୍ଚନା ପୁହାଣ ସମେତ ଶତାଧିକ ସଂଖ୍ୟାରେ ବିଜେଡି କର୍ମୀ ଓ ସମର୍ଥକ ମାନେ ଉପସ୍ଥିତ ଥିଲେ । ଉତ୍ସବରେ ଜିଲ୍ଲାପାଳ ମନୋରଞ୍ଜନ ମଲ୍ଲିକ , ଜିଲ୍ଲା ଶିକ୍ଷାଧିକାରୀ ବିନିତା ସେନାପତି ପ୍ରମୁଖ ସାମିଲ ଥିଲେ। ବିଭିନ୍ନ ସ୍କୁଲର ଛାତ୍ର ଛାତ୍ରୀ ମାନେ ଉତ୍ସବରେ ଯୋଗ ଦେଇ ମୋ ସ୍କୁଲ ଅଭିଯାନ ଓ ୫-ଟି ମାଧ୍ୟମରେ ସ୍କୁଲ ଗୁଡି଼କରେ ସ୍ମାର୍ଟ କ୍ଲାସ, ଉନ୍ନତମାନର ଖେଳାପଡ଼ିଆ, ଲାବୋରେଟୋରି ଓ ଅତ୍ୟାଧୁନିକ ଲାଇବ୍ରେରୀ ଆଦି ଛାତ୍ର ଛାତ୍ରୀଙ୍କୁ ଶିକ୍ଷା ଗ୍ରହଣ କ୍ଷେତ୍ରରେ ଆଗ୍ରହ ବଢ଼ାଇବା ସହିତ ବେଶ ଉତ୍ସାହିତ କରୁଥିବା ଶିକ୍ଷକ ଶିକ୍ଷୟତ୍ରୀ ଓ ଛାତ୍ର ଛାତ୍ରୀ ମାନେ ମତ ଦେଇଥିଲେ।

SBI_Festive_Digital Billboard