ଆଜିଠୁ ରାହୁଲ ଗାନ୍ଧୀଙ୍କ ଭାରତ ଯୋଡୋ ନ୍ୟାୟ ଯାତ୍ରା

ନୂଆଦିଲ୍ଲୀ, ୧୪/୧ : ଆଜିଠୁ ରାହୁଲ ଗାନ୍ଧୀଙ୍କ ଭାରତ ଯୋଡୋ ନ୍ୟାୟ ଯାତ୍ରା ଆରମ୍ଭ । ମଣିପୁରରୁ ମୁମ୍ବାଇ ଯାଏଁ ୬୭ ଦିନ ଧରି ୧୫ ରାଜ୍ୟର ୧୧୦ ଜିଲ୍ଲା ଦେଇ ଯିବ ରାହୁଲଙ୍କ ଏହି ଭାରତ ଯୋଡୋ ଯାତ୍ରାର ଦ୍ୱିତୀୟ ଭାଗ । ଭାରତର ପଶ୍ଚିମାଞ୍ଚଳକୁ ୬ ହଜାର ୬୦୦ କିଲୋମିଟର ଯାତ୍ରା କରିବେ । ଆଜି ମଧ୍ୟାହ୍ନ ୧୨ଟାରେ ମଣିପୁର ସ୍ଥିତ ଖୋଙ୍ଗଜୋମ ଯୁଦ୍ଧ ସ୍ମାରକୀରୁ ଏହି ଯାତ୍ରା ଆରମ୍ଭ କରିବେ ରାହୁଲ ଗାନ୍ଧୀ । ପ୍ରଥମେ ଏହି ଯାତ୍ରା ଇମ୍ଫାଲରୁ ଆରମ୍ଭ ହେବ ବୋଲି ଘୋଷଣା ହୋଇଥିଲା । ହେଲେ ମଣିପୁର ସରକାର ଅନୁମତି ନଦେବାରୁ ଏବେ ଖୋଙ୍ଗଜୋମ ଯୁଦ୍ଧ ସ୍ମାରକୀରୁ ଏହି ଯାତ୍ରା ଆରମ୍ଭ କରିବାକୁ ନିଷ୍ପତ୍ତି ନିଆଯାଇଛି ।

SBI_Festive_Digital Billboard