ରକ୍ତଚାପରୁ ରକ୍ଷା କରେ ପନିର

ପନିର ଉଚ୍ଚ ରକ୍ତଚାପରୁ ରକ୍ଷା କରେ ବୋଲି ଏକ ଅଧ୍ୟୟନରୁ ବୈଜ୍ଞାନିକମାନେ ଜାଣିବାକୁ ପାଇଛନ୍ତି । ଦୁU ଜାତୀୟ ଉତ୍ପାଦ ମାଧ୍ୟମରେ ସୋଡିୟମ୍‌ ସେବନ କରୁଥିଲେ ହୃଦ୍‌ ପ୍ରଣାଳୀ ଉପରେ ଥିବା ଏହାର ହାନିକାରକ ପ୍ରଭାବରୁ ପର୍ନି ରକ୍ଷା କରିପାରେ ।
ପନିରରେ ଥିବା ଆଣ୍ଟିଅକ୍ସିଡାଣ୍ଟ୍‌ ଉପାଦାନରୁ ଏହି ସୁରକ୍ଷା ମିଳେ ବୋଲି ଗବେଷକମାନେ କହିଛନ୍ତି ଛ ଆହାର ସୁପାରିସ କ୍ଷେତ୍ରରେ ପ୍ରୟୋଗ ନିମନ୍ତେ ଏହି ଗବେଷଣା ଗୁରୁତ୍ୱପୂର୍ଣ୍ଣ ଭୂମିକା ର୍ନିବାହ କରେ ଛ ଖାଦ୍ୟ ସଚେତନତାରେ ସୋଡିୟମ୍ର ପରିମାଣରେ ନିୟନ୍ତ୍ରଣ ରଖିବାକୁ ପ୍ରସ୍ତାବ ଦିଆଯାଉଥିବାବେଳେ ସଦ୍ୟ ଅଧ୍ୟୟନ ଏହାକୁ ଖଣ୍ଡନ କରିଛି ।
ଅଧ୍ୟୟନର ତଥ୍ୟ ଅନୁସାରେ, ଦୁU ଉତ୍ପାଦ ଯେମିତିକି ପନିର ମାଧ୍ୟମରେ ସୋଡିୟମ୍‌ ସେବନ ରକ୍ଷାକାରୀ ହୋଇପାରେ । ଆମେରିକାର ପେନ୍ସିଲଭାନିଆ ଷ୍ଟେଟ୍‌ ୟୁନିଭରର୍ସିଟିର ସହ ପ୍ରଫେସର୍‌ ଲାସି ଆଲେକkାଣ୍ଡର୍‌ ଏହା କହିଛନ୍ତି ଛ ଅଧିକ ଦୁU ଜାତୀୟ ଉତ୍ପାଦଦ ଖାଉଥିବା ବ୍ୟକ୍ତିଙ୍କ ରକ୍ତଚାପ ନିମ୍ନ ରହେ । ଅନ୍ୟ ଉତ୍ପାଦ ତୁଳନାରେ ପର୍ନି ମାଧ୍ୟମରେ ସୋଡିୟମ୍‌ ଶରୀରକୁ ଗଲେ ହତ୍‌ପିଣ୍ଡ ଉପରେ ତା’ର ନକାରାତ୍ମକ ପ୍ରଭାବ ନଥାଏ ।
ପନିରରେ ଉପଲବ୍ଧ ପ୍ରୋଟିନ୍‌ ଓ ପୋଷକ ତ‰ ସୋଡିୟମ୍ର ନକାରାତ୍ମକ ପ୍ରଭାବରୁ ରକ୍ତବାହିକାକୁ ସୁରକ୍ଷା ପ୍ରଦାନ କରେ ଛ ତେବେ ଏହି ସୁରକ୍ଷା ଦୀର୍ଘକାଳୀନ କି ନୁହେଁ, ତାହା ସ୍ପଷ୍ଟ ହୋଇନାହିଁ । ଅଧ୍ୟୟନ ନିମନ୍ତେ ଗବେଷକମାନେ ପ୍ରତିଯୋଗୀଙ୍କୁ ତିନି ଦିନ ମଧ୍ୟରେ ୫ଟି ଭିନ୍ନ ଭିନ୍ନ ସମୟରେ ପନିର ଓ ସୋୟା ପନିର ଖାଇବାକୁ ଦେଇଥିଲେଛ ଏହା ପରେ ହୃଦ୍‌ ପ୍ରଣାଳୀ ଉପରେ ପ୍ରତ୍ୟେକ ଖାଦ୍ୟର ପ୍ରଭାବକୁ ସେମାନେ ତୁଳନା କରିଥିଲେ । ବ୍ରିଟିଶ୍‌ ପତ୍ରିକା ନୁ୍ୟଟ୍ରିସନ୍‌ରେ ଏହି ଅଧ୍ୟୟନ ବିଷୟରେ ପ୍ରକାଶ ପାଇଛି ।