ଆସନ୍ତା ୨୦ରେ ଓଡ଼ିଶା ଆସିବେ ଯୋଗୀ ଆଦିତ୍ୟନାଥ

ଭୁବନେଶ୍ୱର,୧୦/୨: ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଆସନ୍ତା ୨୦ତାରିଖରେ ଓଡ଼ିଶା ଗସ୍ତରେ ଆସିବେ। ମୁଖ୍ୟମନ୍ତ୍ରୀ ହେବାପରେ ସେ ପ୍ରଥମଥର ପାଇଁ ଓଡ଼ିଶା ଗସ୍ତରେ ଆସି ଭବାନୀପାଟଣା ଓ ନାଚୁଣୀଠାରେ ବିଜେପିର ଦୁଇଟି ବିଶାଳ କର୍ମକର୍ତ୍ତା ସମାବେଶରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି।

ଆଜି ରାଜ୍ୟ ବିଜେପି ମୁଖପାତ୍ର ଗୋଲକ ମହାପାତ୍ର ଏ ସମ୍ପର୍କରେ ସୂଚନା ଦେଇ କହିଛନ୍ତି ଯେ, ୧୪ରୁ ୨୦ତାରିଖ ମଧ୍ୟରେ ବିଜେପି ଅଧ୍ୟକ୍ଷ ଅମିତ୍ ଶାହ, କେନ୍ଦ୍ରମନ୍ତ୍ରୀ ରାଜନାଥ ସିଂହ ଓ ରାମକୃପାଳ ଯାଦବ ମଧ୍ୟ ଓଡ଼ିଶା ଗସ୍ତରେ ଆସିବେ। ୧୪ତାରିଖରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ଯାଦବ ଟିଟିଲାଗଡ଼ ଓ ରାଉରକେଲାରେ ବିଜେପିର ପରିବର୍ତ୍ତନ ସମାବେଶରେ ଯୋଗ ଦେବେ।