ଦୁନିଆରେ ଅନେକ ଏମିତି କାମ କରିବାକୁ ମିଳେ, ଯାହାକୁ ଦେଖି ବେଶ୍ ଆଶ୍ଚର୍ଯ୍ୟ ଲାଗିଥାଏ । ଠିକ୍ ସେହିପରି ନୁ୍ୟୟର୍କର କିନିଥ୍ ପ୍ଲେ’ଙ୍କୁ ମିଳିଛି ଏପରି ଏକ ଅଜବ କାମ । ସେ ଘର ଘର ବୁଲି ଲୋକମାନଙ୍କର ରତିକ୍ରୀଡ଼ା ଦେଖି ସେମାନଙ୍କର ଭୁଲ୍ ଠିକ୍ ନିର୍ଣ୍ଣୟ କରି ଉତ୍ତମ ରତିକ୍ରୀଡ଼ା ପାଇଁ ସୁପରାମର୍ଶ ଦେଉଛନ୍ତି । ଏ ପର୍ଯ୍ୟନ୍ତ ପ୍ଲେ’ ୫୦ଟି ଦେଶରେ ଲୋକଙ୍କୁ ରତିକ୍ରୀଡ଼ା ସଂକ୍ରାନ୍ତରେ ଉନ୍ନତ ତାଲିମ ଦେଇ ସାରିଲେଣି । ରତିକ୍ରୀଡ଼ା ଦେଖି ସାରି ଠିକ୍ ଭୁଲ୍ ବତାଇବା ପାଇଁ ଜଣକ ପିଛା ମିଳୁଛି ତାଙ୍କୁ ୬୭ ହଜାର ଟଙ୍କା । ପୂର୍ବରୁ ପ୍ଲେ’ କେବଳ ସେକ୍ସ ପାର୍ଟିଗୁଡ଼ିକରେ ଏହି ପ୍ରଶିକ୍ଷଣକୁ ସୀମିତ ରଖୁଥିଲେ । କି;ୁ ସର୍ବସାଧାରଣରେ ଦମ୍ପତିମାନେ ସ୍ୱାଭାବିକ ହୋଇପାରୁ ନ ଥିବାରୁ ପ୍ଲେ’ ଘର ଘର ବୁଲି ସହବାସ ତାଲିମ ଦେବା ଆରମ୍ଭ କଲେ । ପର୍ନ ଭଳି ଯୌନ ଶିକ୍ଷା ମଧ୍ୟ ସୁଲଭ ହେଉ ବୋଲି ପ୍ଲେ’ଙ୍କର ଇଚ୍ଛା । ଏହାକୁ ଶିକ୍ଷା କରି ଲୋକେ ଅଧିକ ସନ୍ତୋଷ ପାଆ;ୁ । ଔପଚାରିକ କଥାବର୍ତ୍ତାରୁ ଆରମ୍ଭ କରି ଶୟନ କକ୍ଷକୁ ପ୍ରବେଶ କଲାଯାଏଁ ସମୁଦାୟ ପ୍ରକ୍ରିୟା ସରାଇବା ପାଇଁ ପ୍ଲେ’ଙ୍କୁ ଲାଗୁଛି ତିନିରୁ ୪ ଘଣ୍ଟା ସମୟ ।