ପୁଣି ରୋମାନ୍ସ କରିବେ ପ୍ରିୟା

ଆଖି ମାରି ରାତାରାତି ଭାଇରାଲ୍‌ ହୋଇଥିବା ସାଉଥ୍‌ ଅଭିନେତ୍ରୀ ପ୍ରିୟା ପ୍ରକାଶ ୱାରିୟରଙ୍କ ଡେବୁ୍ୟ ଫିଲ୍ମ ‘ଓରୁ ଉଦାର ଲଭ୍‌’ ରିଲିଜ୍‌ ହୋଇଯାଇଛି । ଫିଲ୍ମଟି ପ୍ରିୟା ଏବଂ ରୋଶନଙ୍କ ପ୍ରେମ କାହାଣୀ ଉପରେ ଆଧାରିତ । ଯୁକ୍ତ ଦୁଇରେ ପାଠପଢନ୍ତି ପ୍ରିୟା ଏବଂ ରୋଶନ, ଗୋଟେ କ୍ଲାସ୍‌ରେ ପଢିବା ସମୟରେ ପ୍ରିୟାଙ୍କୁ ଦେଖି ରୋଶନ ତାଙ୍କ ମନ ଦେଇ ବସେ । ପ୍ରିୟାଙ୍କୁ ପଟେଇବା ପାଇଁ ରୋଶନ ସବୁପ୍ରକାରର ଚେଷ୍ଟା କରେ । କିଛି ଦିନ ପରେ ପ୍ରିୟା ବି ରୋଶନର ପ୍ରେମକୁ ବୁଝିପାରେ ଏବଂ ସେ ବି ଭଲପାଇଯାଏ । ଅଳ୍ପ ବୟସରେ କିପରି ଉଭୟ ପରସ୍ପରକୁ ପ୍ରେମ କରନ୍ତି ଏବଂ ଉଭୟ ପରିବାରକୁ ସାମ୍ନା କରନ୍ତି ତାହାକୁ ନେଇ ଫିଲ୍ମ କାହାଣୀ ଆଧାରିତ । ଫିଲ୍ମର ଟ୍ରେଲର ଏବଂ ପ୍ରିୟା ପ୍ରକାଶଙ୍କର ଆଖି ମରା ଭିଡ଼ିଓଟି ଯେଉଁ ମାତ୍ରାରେ ହିଟ୍‌ ହୋଇଥିଲା ସେପରି ଫିଲ୍ମଟିର କାହାଣୀ ପରିକଳ୍ପନା କରାଯାଇନାହିଁ । ବକ୍ସଅଫିସ୍‌ରେ ଏତେମାତ୍ରାରେ ଦର୍ଶକଙ୍କର ଦୃଷ୍ଟି ଆକର୍ଷଣ କରିପାରିନାହିଁ ଫିଲ୍ମ ‘ଓରୁ ଉଦାର ଲଭ୍‌’ ।

SBI_Festive_Digital Billboard