ଅଣ୍ଡା କାଲିଆ

ପ୍ରସ୍ତୁତି ସାମଗ୍ରୀ-୪ଗୋଟି ଅଣ୍ଡା, ୨ଗୋଟି ଆଳୁ, ୩ଟା ଶୁଖିଲା ଲଙ୍କା, ୨ଟା କଞ୍ଚା ଲଙ୍କା, ୧ଗୋଟି ପିଆଜ, ୩ପାଖୁଡ଼ା ରସୁଣ, ଅଳ୍ପ ଅଦା, ୧ଚାମଚ ଧନିଆ, ୫ଟି ଗୋଲମରିଚ ଗୁଣ୍ଡ, ଫାଳେ ନଡ଼ିଆ, ୩ଚାମଚ ଘିଅ, ଅଳ୍ପ ଜିରା, ଅଧ ଚାମଚ ସୋରିଷ, ଅଧ ଚାମଚ ପୋସ୍ତ, ୧ଟା ଲବଙ୍ଗ, ୧ଟା ଗୁଜୁରାତି, ୧ଇଞ୍ଚ ଡାଲଚିନି, ୧ଚାମଚ ଭେନିଗାର, ଦରକାର ଅନୁଯାୟୀ ଲୁଣ ଓ ହଳଦୀ ।
ପ୍ରଣାଳୀ-ପ୍ରଥମେ ଅଣ୍ଡାକୁ ସିଝାଇ ତା’ର ଚୋପା ଛଡ଼ାଇ ୨ଖଣ୍ଡ କରି କାଟି ରଖ;ୁ । ଆଳୁକୁ ମଧ୍ୟ ସିଝାଇ ତା’ର ଚୋପା ଛଡାଇ ୨ଖଣ୍ଡ କରି କାଟି ରଖ;ୁ । ଆଳୁକୁ ମଧ୍ୟ ସିଝାଇ ତା’ର ଚୋପା ଛଡ଼ାଇ ୪ଖଣ୍ଡ କରି ରଖ;ୁ । ପିଆଜ କଞ୍ଚାଲଙ୍କା, ଅଦା ଓ ରସୁଣକୁ ଛୋଟ ଛୋଟ କରି କାଟି ରଖ;ୁ । କରେଇରେ ଏକ ଚାମଚ ଘିଅ ପକାଇ ଶୁଖିଲା ଲଙ୍କା, ଧନିଆ, ଗୋଲମରିଚ, ଜିରାକୁ ଟିକେ ଭାଜିଦେଇ ବାଟି ରଖ;ୁ । କରେଇରେ ୨ଚାମଚ ଘିଅ ପକାଇ ସୋରିଷ ଫୁଟା;ୁ । ସେଥିରେ କଟା ମସଲା ଦେଇ ଭାଜିଦିଅ;ୁ । ତାହା ଲାଲ ହୋଇଗଲେ ଡାଲଚିନି ଓ ଗୁଜୁରାତିକୁ ଗୁଣ୍ଡକରି ପକା;ୁ । ଅଳ୍ପ ସମୟପରେ ସେଥିରେ ବଟା ମସଲା ପକାଇଦେବେ । ମସଲାରୁ ଭଲ ବାସନା ଆସିଲେ ସେଥିରେ ସିଝା ଆଳୁ ପକାଇ ୨କପ୍‌ ପାଣି ପକାଇଦେବେ । ତା’ପରେ ନଡ଼ିଆକୁ କୋରି ସେଥିରେ ୧କପ୍‌ ଗରମ ପାଣି ପକାଇ ସେଥିରୁ ରସ ବାହାର କରିଦେବେ । ଅଳ୍ପ ସମୟ ଫୁଟାଇ ଅଣ୍ଡା ଫାଳ ପକାଇ ଦେବେ । ଗୋଲମରିଚ ଗୁଣ୍ଡ ପକାଇଦେବେ ।

SBI_Festive_Digital Billboard