ବେଶୀ ଫୁଟାନ୍ତୁନି କ୍ଷୀର

ଘରେ କ୍ଷୀର ଗରମ କରି ପିଇବା ଏକ ନିତିଦିନିଆ ଅଭ୍ୟାସ । ତେବେ ଏମାନଙ୍କ ମଧ୍ୟରୁ ଖୁବ୍‌ କମ୍‌ ଲୋକଙ୍କୁ କ୍ଷୀର ଗରମ କରିବାର ପ୍ରକୃତ ତଥ୍ୟ ସମ୍ପର୍କରେ ଜଣାଅଛି । କ୍ଷୀର ଥରେ ଉତୁରିଗଲେ ଠିକ୍‌ ଅଛି । କି;ୁ ଯଦି ଏହି କ୍ଷୀର ବାରମ୍ବାର ଉତୁରେ କିମ୍ବା ଅନେକ ସମୟ ପର୍ଯ୍ୟନ୍ତ ଫୁଟେ । ତେବେ ଏଥିରେ ଥିବା ପୋଷକ ତତ୍ୱ ନଷ୍ଟ ହୋଇଯାଏ । ଏ ବିଷୟରେ ଜାଣିବା ପାଇଁ ଟେଟ୍ରୋପେକ୍‌ ନାମକ ଏକ କମ୍ପାନୀ ଦେଶର ପ୍ରତ୍ୟେକ ସ୍ଥାନରେ କ୍ଷୀର ଗରମ କରିବାକୁ ନେଇ ଏକ ଗବେଷଣା ଆରମ୍ଭ କରିଥିଲେ । ଗବେଷଣାରୁ ସେମାନେ ଜାଣିବାକୁ ପାଇଥିଲେ, ମାତ୍ର ୧୭ପ୍ରତିଶତ ମହିଳା ଜାଣନ୍ତି, ଯେ ବାରମ୍ବାର କ୍ଷୀର ଗରମ କଲେ ଏହାର ପୋଷକ ତତ୍ୱ ନଷ୍ଟ ହୋଇଥାଏ ବୋଲି । ଆଉ ୨୪ପ୍ରତିଶତ ମାନିଥାନ୍ତି ଯେ, ଏପରି କରିବା ଦ୍ୱାରା ପୋଷକ ତତ୍ୱରେ କୋððଣସି ପ୍ରଭାବ ପଡେ ନାହିଁ । ଗବେଷଣାରୁ ଏହି ତଥ୍ୟ ପାଇବା ପରେ ବିଶେଷଜ୍ଞମାନେ ଏହାର ବିକଳ୍ପ ଉପାୟ ବାହାର କରିଛନ୍ତି । କ୍ଷୀରକୁ ୨/୩ମିନିଟ୍‌ରୁ ଅଧିକ ସମୟ ଗରମ କରିବା ଉଚିତ୍‌ ନୁହେଁ । କ୍ଷୀର ଗରମ କରିବା ସମୟରେ ମଝିରେ ମଝିରେ ଚାମଚରେ ମାରିବା ଉଚିତ୍‌ । ଗରମ କରିବା ପରେ ତୁରନ୍ତ ଫ୍ରିଜ୍‌ରେ ରଖି ଦିଅ;ୁ ।

SBI_Festive_Digital Billboard