ପଲିଥିନ୍‌ରୁ ବ୍ୟାଟେରି ଉତ୍‌ପାଦ

ଆମେରିକାର ଗବେଷକମାନେ ପ୍ଲାଷ୍ଟିକ ବ୍ୟାଗ୍‌ରୁ କାର୍ବନ ବାହାର କରି ଏହାକୁ ବ୍ୟବହାର କରିବାର ନୂଆ ପ୍ରକ୍ରିୟାର ସନ୍ଧାନ କରିଛନ୍ତି । ଯାହା ମୋବାଇଲ୍‌ ଫୋନ୍‌ ଓ ବୈଦୁ୍ୟତିକ ଡିଭାଇସ୍‌ର ବ୍ୟାଟେରୀ ପ୍ରସ୍ତୁତିରେ ବ୍ୟବହାର କରାଯାଇପାରିବ । ପ୍ଲାଷ୍ଟିକ୍‌ ବ୍ୟାଗ୍‌ର ବ୍ୟବହାର କେବଳ ଗୋଟିଏ ଥର ହୋଇ ଫୋପାଡି ଦିଆଯାଏ । ଫଳରେ ଏହା ପରିବେଶ ପ୍ରଦୂଷଣର ମୁଖ୍ୟ କାରଣ ହୋଇଯାଏ । କିନ୍ତୁ ଏବେ ପ୍ଲାଷ୍ଟିକ୍‌ ବ୍ୟାଗ୍‌କୁ ଉପଯୋଗ କରାଯାଇ ବୈଦୁ୍ୟତିକ ଉପକରଣର ବ୍ୟାଟେରୀ ପ୍ରସ୍ତୁତ କରାଯିବ । ପ୍ଲାଷ୍ଟିକ୍‌ ବ୍ୟାଗ୍‌ରେ ବହୁତ ମାତ୍ରାର କାର୍ବନ ରହିଥାଏ । ଏଥିରୁ କାର୍ବନ ବାହାର କରିବା ଜଟିଳ ପ୍ରକ୍ରିୟା ହୋଇଥାଏ । କିନ୍ତୁ ଆମେରିକୀୟ ଗବେଷକ ଏକ ସରଳ ପ୍ରକ୍ରିୟାର ଖୋଜ୍‌ ପାଇଛନ୍ତି । ସର୍ବପ୍ରଥମେ ପଲିଇଥିଲିନ୍‌ ପ୍ଲାଷ୍ଟିକ୍‌ ବ୍ୟାଗ୍‌କୁ ସଲ୍‌ଫୁ୍ୟରିକ୍‌ ଏସିଡ୍‌ ଓ ପରେ ଏହା ସେଲେ୍ୱଥର୍ମାଲ ରିଆକଫର ଭିତରେ ପୂରାଇ ବନ୍ଦ କରିଦିଆଯାଏ । ସେଠାରେ ଅଳ୍ପ ଉତ୍ତପ୍ତରେ ପ୍ଲାଷ୍ଟିକ୍‌ ତରଳିବାକୁ ଲାଗିଥାଏ । ଏହାପରେ ରିଆକଫରରୁ ପଲିଥିଲିନ୍‌କୁ କାଢି ଦିଆଯାଏ ଓ ଶୁଦ୍ଧ କାର୍ବନ ବାହାର କରି ଭାଟିରେ ଗରମ କରାଯାଏ । କାର୍ବନକୁ ଏକ ପ୍ରକାର କଳା ପାଉଡ଼ରରେ ପକାଇ ଦିଆଯାଏ ଓ ଏଥିରୁ ଲିଥିୟମ୍‌ ଆୟନର ବ୍ୟାଟେରୀକୁ ଏନୋଡ୍‌ରେ ପରିଣତ କରାଯାଏ । ଏହାଦ୍ୱାରା ପ୍ରସ୍ତୁତ ହୋଇଥିବା ବ୍ୟାଟେରୀ ଅନ୍ୟ ସାଧାରଣ ବ୍ୟାଟେରୀ ଭଳି କାର୍ଯ୍ୟ କରେ ।

SBI_Festive_Digital Billboard