ଡିଜିଟାଲ ଭିକାରୀ

ମାର୍କେଟ, ମନ୍ଦିର ଓ ମସ୍‌ଜିଦ୍‌ ଆଗରେ ଆପଣମାନେ ଅନେକ ପ୍ରକାର ଭିକାରୀ ଭିକମାଗୁଥିବାର ଦେଖିଥିବେ । ଆପଣମାନେ ସମାନଙ୍କୁ ଏମିତି ଭିକ୍ଷାବୃତ୍ତି ନ କରି କିଛି କାମ କରି ଅର୍ଥ ରୋଜଗାର କରିବାର ଉପଶେ ତ ନିଶ୍ଚୟ ଦେଇଥିବେ । ଏହି ପ୍ରକାର ବୃତ୍ତିରେ କୌଣସି ବୟସର ସୀମା ନ ଥାଏ । କିନ୍ତୁ ଆପଣ କେବେ ଭାବି ନଥିବେ ଯେ ଏ ପ୍ରକାର କାର୍ଯ୍ୟ କୌଣସି ବ୍ୟକ୍ତି ସୋସାଲ ମିଡିଆରେ କରିପାରିବ ବୋଲି । ଆପଣ ଆଶ୍ଚର୍ଯ୍ୟ ହୋଇଯାଇଥିବେ କିନ୍ତୁ ଏ କଥା ସତ । ନୁ୍ୟୟର୍କର ଜଣେ ୨୫ ବର୍ଷୀୟ ଯୁବକ ସୋସାଲ ମିଡିଆରେ ଭିକ ମାଗୁଛନ୍ତି । ଆଉ ଏହି ଭିକ୍ଷା ବୃତ୍ତିରୁ ସେ ମାସକୁ ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରିପାରିଛନ୍ତି । ତେବେ ଟ୍ୱିଟ୍‌ କରି ଭିକ ମାଗୁଥିବା ଏ ସୋସାଲ ମିଡିଆ ଭିକାରୀଙ୍କ ନାଁ ହେଉଛି ଜୋୱପ ହିଲ । ଭିକ୍ଷା ବୃତ୍ତିକୁ ଆପଣାଇବା ପୂର୍ବରୁ ଏ ଯୁବକ ଜଣଙ୍କ ଏକ ରୋସ୍ତାରାଂରେ କାମ କୁଥିଲେ ତେବେ ତାଙ୍‌ କାମ ବାବଦକୁ ତାଙ୍କୁ ମୁଳୁଥିଲା ୮୭ ହଜାର ଟଙ୍କା । ରୋସ୍ତୋରାଂ କାମରେ ସେ ଖୁସି ନ ଥିଲେ ଯାହା ପାଇଁ ଏ ଯୁବକ ଜଣଙ୍କ ବର୍ତ୍ତମାନ ପାଲଟି ଯାଇଛନ୍ତି ସୋସାଲ ମିଡିଆ ଭିକାରୀ ।

SBI_Festive_Digital Billboard