ମହୋଦଧିରେ ବିସର୍ଜନ ହେଲା ଦୁଇ ଓଡ଼ିଆ ଶହୀଦଙ୍କ ଚିତାଭସ୍ମ

ପୁରୀ,୧୮/୨: ଜମ୍ମୁ-କଶ୍ମୀର ପୁଲୱାମାରେ ଆତଙ୍କବାଦୀ ଆକ୍ରମଣରେ ଶହୀଦ ହୋଇଥିବା ଦୁଇ ଓଡ଼ିଆ ପ୍ରସନ୍ନ ସାହୁ ଏବଂ ମନୋଜ କୁମାର ବେହେରାଙ୍କ ଚିତାଭସ୍ମ ମହୋଦଧିରେ ବିସର୍ଜନ ହୋଇଛି। ଶ୍ରୀଜଗନ୍ନାଥ ସେନା ପକ୍ଷରୁ ସିଂହଦ୍ୱାରଠାରୁ ଚିତାଭସ୍ମକୁ ଶୋଭାଯାତ୍ରାରେ ନିଆଯାଇ ମହୋଦଧିରେ ବିସର୍ଜନ କରାଯାଇଛି।

ପୂର୍ବାହ୍ନରେ ଶ୍ରୀଜଗନ୍ନାଥ ସେନା ଏବଂ ସଚେତନ ନାଗରିକ ମଞ୍ଚର ସଦସ୍ୟମାନେ ସିଂହଦ୍ୱାର ସମ୍ମୁଖରେ ଏକାଠି ହୋଇଥିଲେ। ପୁଲୱାମା ଆକ୍ରମଣ ପାଇଁ ପାକିସ୍ତାନକୁ ନିନ୍ଦା କରିବା ସହ ପାକିସ୍ତାନ ମୁର୍ଦ୍ଦାବାଦ ନାରା ଦେଇଥିଲେ। ଇଟାର ଜବାବ ପଥରରେ ଦେବାକୁ ଭାରତ ସରକାରଙ୍କୁ ନିବେଦନ କରିଥିଲେ। ଏହାପରେ ଦୁଇ ଓଡ଼ିଆ ଶହୀଦଙ୍କ ଚିତାଭସ୍ମ କଳସକୁ ଶୋଭାଯାତ୍ରାରେ ନେଇଥିଲେ। ସ୍ବର୍ଗଦ୍ୱାର ମଧ୍ୟରେ ପ୍ରବେଶ କରି ମହୋଦଧିରେ ବିସର୍ଜନ କରିଥିଲେ।

SBI_Festive_Digital Billboard