ବିଶ୍ୱ ପ୍ରସିଦ୍ଧ ଯୋରନ୍ଦା ମେଳା ଆଜିଠାରୁ ଆରମ୍ଭ

ଯୋରନ୍ଦା,୧୮/୨ : ଯୋରନ୍ଦା ମହିମା ଗାଦିରେ ମହିମା ଧର୍ମର ମହାକୁମ୍ଭ ଭାବେ ପରିଚିତ ବିଶ୍ୱ ପ୍ରସିଦ୍ଧ ମେଳା ଆଜି ଠାରୁ ଆରମ୍ଭ ହୋଇଛି । ଏକ ସପ୍ତାହ ଧରି ଚାଲିବାକୁ ଥିବା ଏହି ମେଳା ମାଘ ଚତୁର୍ଦ୍ଦଶୀ ଓ ପ୍ରଭୁ ପୂର୍ଣିମା ଉତ୍ସବ ନାମରେ ମଧ୍ୟ ଜଣାଶୁଣା। ଚଳିତ ବର୍ଷ ୧୪୬ତମ ଉତ୍ସବ ପାଳିତ ହେଉଛି। ମୁଖ୍ୟ ଗାଦି ମନ୍ଦିରରେ ଆସନ୍ତାକାଲି ସନ୍ଧ୍ୟା ୫ଟା ୧୫ ମିନିଟ୍‌ରେ ବହୁ ପ୍ରତୀକ୍ଷିତ ଝାଡ଼ଦୀପ ପ୍ରଜ୍ଜ୍ବଳିତ ହେବ । ମେଳା ପାଇଁ ଓଡ଼ିଶାର କୋଣ ଅନୁକୋଣ, ପ‌ଡ଼ୋଶୀ ଆନ୍ଧ୍ରପ୍ରଦେଶ, ଛତିଶଗଡ଼, ବିହାର, ଆସାମ, ମଧୢପ୍ରଦେଶ ସମେତ ପେଡ଼ାଶୀ ନେପାଳ, ଭୁଟାନ ଦେଶର ମହିମାଭକ୍ତମାନେ ହଜାରହଜାର ସଂଖ୍ୟାରେ ଆସି ମହିମାଗାଦିରେ ପହଞ୍ଚିଗଲେଣି । ବ୍ୟାପକ ସାଜସଜ୍ଜା ଓ ରଂଗବେରଂଗ ଆଲୋକମାଳା ସାଙ୍ଗକୁ ସାଧୁସନ୍ଥମାନଙ୍କ ଉପସ୍ଥିତିରେ ସମଗ୍ର ଅଂଚଳ ହୋଇଉଠିଛି ଉତ୍ସବମୁଖର।

SBI_Festive_Digital Billboard