ଭୁବନେଶ୍ୱର,୧୮/୨: ଆଜିଠାରୁ ଭାରତୀୟ ଜନତା ପାର୍ଟିର ନୂଆ କାର୍ଯ୍ୟକ୍ରମ “ମୋ ଘର ବିଜେପି ପରିବାର” ଆରମ୍ଭ ହୋଇଛି । ଏହାକୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଭୁବନେଶ୍ୱର ସ୍ଥିତ ବାସଭବନରୁ ଶୁଭାରମ୍ଭ କରାଯାଇଛି ।
ଏହି କାର୍ଯ୍ୟକ୍ରମ ଅନୁସାରେ ଦଳର ସମସ୍ତ କର୍ମୀ ଏବଂ ନେତା ନିଜ ଘରେ ବିଜେପି ପତାକା ଲଗାଇବେ । ଏହା ଆଜିଠାରୁ ଆରମ୍ଭ ହୋଇଛି । ଏନେଇ ବିଜେପି ସୋସିଆଲ ମିଡିଆରେ ମଧ୍ୟ କ୍ୟାମ୍ପନିଂ ଆରମ୍ଭ କରିଛି । ଦଳର କର୍ମୀ ନିଜ ଘରେ ପତାକା ଲଗାଇ ଏହାକୁ ଟ୍ୱିଟରରେ ଅପଲୋଡ କରିପାରିବେ ।
ବିଜେପି ସର୍ବଦା ନିଜର କର୍ମୀଙ୍କ ଆତ୍ମବିଶ୍ୱାସ ବଢାଇବା ପାଇଁ ନୂଆ ନୂଆ କାର୍ଯ୍ୟକ୍ରମ ହାତକୁ ନେଇଥାଏ । ‘ମୋ ଘର ବିଜେପି ପରିବାର’ କାର୍ଯ୍ୟକ୍ରମ ଦଳୀୟ କର୍ମୀଙ୍କ ଆତ୍ମବିଶ୍ୱାସ ବଢାଇବ ବୋଲି କୁହାଯାଉଛି । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ରଙ୍କ ବାସଭବନରୁ ଆରମ୍ଭ ହୋଇଥିବା ଏହି କାର୍ଯ୍ୟକ୍ରମକୁ ସାରା ରାଜ୍ୟରେ ବିଜେପିର କାର୍ଯ୍ୟକର୍ତା ଆଗକୁ ନେବା ପାଇଁ ସଂକଳ୍ପ ନେଇଛନ୍ତି ।
