ଅନଗୁଳ,୧୮/୨: ସୋମବାର ପୂର୍ବାହ୍ନରେ ଅନୁଗୁଳ ଜିଲ୍ଲା କୁଲଦା ଠାରେ ୨୫ କୋଟି ଟଙ୍କା ବ୍ୟୟବରାଦରେ ନିର୍ମିତ ନାଲ୍କୋ – ଏଲ୍. ଭି. ପ୍ରସାଦ ସେକେଣ୍ଡାରି ପ୍ଲସ୍ ଚକ୍ଷୁ ଚିକିତ୍ସାଳୟ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଦ୍ୱାରା ଉଦ୍ଘାଟିତ ହୋଇ ଯାଇଛି।
ଉଦ୍ଘାଟନୀ ଉତ୍ସବରେ ଅଧ୍ୟକ୍ଷତା କରିଥିଲେ ନାଲ୍କୋର ସିଏମ୍ଡି ଡକ୍ଟର ତପନ କୁମାର ଚାନ୍ଦ। ଉପସ୍ଥିତ ବ୍ୟକ୍ତିମାନଙ୍କ ମଧ୍ୟରେ ଥିଲେ ଅନଗୁଳର ବିଧାୟକ ରଜନୀକାନ୍ତ ସିଂହ, ଛେଣ୍ଡିପଦାର ବିଧାୟକ ସୁଶାନ୍ତ କୁମାର ବେହେରା, ପାଲଲହଡ଼ା ବିଧାୟକ ମହେଶ ସାହୁ, ପୂର୍ବତନ ରାଜ୍ୟସଭା ସାଂସଦ ରୁଦ୍ର ପାଣି ଓ ନାଲ୍କୋ ମାନବ ସମ୍ବଳ ନିର୍ଦେଶକ ବିକେ ଠାକୁର।
ଏହି ଅବସରରେ ମାନ୍ୟବର ମନ୍ତ୍ରୀ ଭାରତ ସରକାରଙ୍କ ରାଷ୍ଟ୍ରୀୟ ବୟୋଶ୍ରୀ ଯୋଜନାରେ ବରିଷ୍ଠ ନାଗରିକମାନଙ୍କୁ ଭିବିନ୍ନ ସହାୟକ ସାମଗ୍ରୀ ପ୍ରଦାନ କରିଥିଲେ। ଏହି ଯୋଜନାରେ ଅନଗୁଳ ଜିଲ୍ଲାର ୧୦୦୦ ଜଣ ବରିଷ୍ଠ ନାଗରିକଙ୍କୁ ଏ ଭଳି ସାମଗ୍ରୀମାନ ପ୍ରଦାନ କରାଯିବ।
