ଭୁବନେଶ୍ୱର,୨୦/୨:କେନ୍ଦୁଝର ଜିଲ୍ଲା ବିଜେଡି ଉପସଭାପତି ପ୍ରଭାକର ନାୟକ ତାଙ୍କର ସମର୍ଥକଙ୍କ ସହ ବୁଧବାର କଂଗ୍ରେସରେ ସାମିଲ ହୋଇଛନ୍ତି। ପ୍ରଦେଶ କଂଗ୍ରେସ ସଭାପତି ନିରଞ୍ଜନ ପଟ୍ଟନାୟକଙ୍କଙ୍କ ଉପସ୍ଥିତିକେ କଂଗ୍ରେସ ଭବନରେ ଏହି ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଛି। ପ୍ରଭାକରଙ୍କ ଯୋଗଦାନ ଦ୍ୱାରା କଂଗ୍ରେସ କେନ୍ଦୁଝର ଜିଲ୍ଲାରେ ଅଧିକ ଶକ୍ତିଶାଳୀ ହେବ ବୋଲି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି। ଅନ୍ୟ ମାନଙ୍କ ମଧ୍ୟରେ ଏହି ମିଶ୍ରଣ ପର୍ବରେ କେନ୍ଦୁଝର ଜିଲ୍ଲା କଂଗ୍ରେସ କାର୍ଯ୍ୟକାରୀ ସଭାପତି ରତିକାନ୍ତ ବରାଳ, ପ୍ରଦେଶ କଂଗ୍ରେସ ମୁଖପାତ୍ର ପଦ୍ମାକର ଗୁରୁ ଓ ବହୁ ନେତା ଉପସ୍ଥିତ ଥିଲେ।