ଖୋର୍ଦ୍ଧାରେ ଗର୍ଜିଲେ ଯୋଗୀ ଆଦିତ୍ୟନାଥ

ଖୋର୍ଦ୍ଧା,୨୦/୨: ଖୋର୍ଦ୍ଧା ନାଚୁଣୀରେ ନବୀନ ସରକାରଙ୍କ ଉପରେ ବର୍ଷିଛନ୍ତି ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ । ଦଳୀୟ କର୍ମୀଙ୍କୁ ଉଦବୋଧନ ଦେଇ ସେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିଫଳତା ବଖାଣିଛନ୍ତି । ଅଭିଭାଷଣ ସମୟରେ ସେ ବୀରମାଟି ଖୋର୍ଦ୍ଧାର ସଂଗ୍ରାମୀ ମାନଙ୍କୁ ମନେପକାଇଛନ୍ତି । ଏହାସହ ଖୋର୍ଦ୍ଧାର ବୀର ପାଇକଙ୍କର ସ୍ୱାଧୀନତା ସଂଗ୍ରାମରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଥିବା ସେ କହିଛନ୍ତି ।

ଏହାପରେ ସେ ବକ୍ତବ୍ୟରେ କହିଛନ୍ତି କି, ଏହି ଜନ ଗହଳି ଦେଖି ଖୁସି ଲାଗୁଛି । ଏହି ଉତ୍ସାହ ପ୍ରମାଣିତ କରୁଛି କି ଓଡିଶା ଭଳି ରାଜ୍ୟରେ ବିଜେପି କର୍ମୀ ୨୦୧୯ରେ ମୋଦୀଜୀଙ୍କୁ ପ୍ରଧାନମନ୍ତ୍ରୀ କରିବା ପାଇଁ ଉତ୍ସାହୀ । ଏହାସହ ସହ ରାଜ୍ୟରେ ବିଜେପି ମୁଖ୍ୟମନ୍ତ୍ରୀ କରିବା ପାଇଁ ପ୍ରୟାସ କରୁଛନ୍ତି । ଫଳରେ ବିଜେପିର ମିଶନ ୧୨୦ ଲକ୍ଷ୍ୟ ସଫଳ ହେବ । ପୁଲୱାମା ବୀର ଯବାନ ସହିଦ ହେଲେ । ଏହାପରେ ସେନା ଦୃଢ କାର୍ଯ୍ୟାନୁଷ୍ଠାନ ନେଇଛି । ଏହାକୁ ଦେଖିଲେ ମୋଦୀ ହିଁ ଦେଶକୁ ସୁରକ୍ଷିତ କରିପାରିବେ । ସମସ୍ତ ସମସ୍ୟାର ସମାଧାନ ହେଇ ପାରିବ । ସେନା ମଧ୍ୟ ଏହା କହିସାରିଛି । କାଶ୍ମୀର ଯୁବକ ବନ୍ଧୁକ ଉଠାଇଲେ ତାଙ୍କୁ ନିପାତ କରାଯିବ । ଏହା ନୂଆ ଭାରତ ।

ମୋଦୀ ସଂକଳ୍ପ ନେଇଛନ୍ତି କି ଆମ ଭାରତରେ ଦୁର୍ନୀତି, ଅରାଜକତା ସୃଷ୍ଟି ହେବ ନାହିଁ । କିନ୍ତୁ ଏହି କାର୍ଯ୍ୟକ୍ରମକୁ ଲାଗୁ କରିବା ପାଇଁ ପରିଶ୍ରମ ଦରକାର । ଆଜିକୁ ୪ ବର୍ଷ ତଲେ ମେ ୨୦୧୪ରେ ମୋଦୀ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଇଥିଲ । ସେହି ସମୟରେ ବିଜେପି ସରକାର ଗ୍ରାମ, ଗରିବ, କୃଷକ, ଯୁବକଙ୍କୁ ସାଙ୍ଗରେ ନେଇ ଚାଲିବ ବୋଲି କହିଥିଲେ । ଯାହା ସଫଳ ହୋଇଛି । ଓଡିଶାର କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ୧୨କୋଟି ଗ୍ରାହକଙ୍କୁ ଏଲପିଜି ଦେଇଛନ୍ତି । ୧୯୪୭ରୁ ନେଇ ୨୦୧୪ ଯାଏଁ ଦେଶରେ ୧୩ କୋଟି ଗ୍ୟାସ କନେକ୍ସନ ଥିଲା । ଯାହା ମାତ୍ର ୪ ବର୍ଷରେ ୧୨ କୋଟି ଗ୍ୟାସ କନେକ୍ସନ ଅଧିକା ଦିଆଯାଇଛି । ଏହା ମଧ୍ୟରୁ ସାଢେ ୬ କୋଟି ପରିବାରକୁ ନିଶୁଳ୍କ ଗ୍ୟାସ ସଂଯୋଗ ଦିଆଯାଇଛି । ପ୍ରଧାନମନ୍ତ୍ରୀ ଉଜ୍ଜଳା ଯୋଜନା ପାଇଁ ମୋଦୀ ଏବଂ ଧର୍ମେନ୍ଦ୍ରଙ୍କୁ ଅଭିନନ୍ଦନ ଜଣାଇଛନ୍ତି ଯୋଗୀ ।