କିସ୍‌କୁ “ଲିଡର୍‌ଶିପ ପୁରସ୍କାର” : ପୁରସ୍କାର ଗ୍ରହଣ କଲେ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ

ଭୁବନେଶ୍ୱର,୨୦/୨: ରାଷ୍ଟ୍ରୀୟ ଅନୁସୂଚିତ ଜନଜାତି ଆୟୋଗ ପକ୍ଷରୁ କଳିଙ୍ଗ ଇନ୍‌ଷ୍ଟିଚ୍ୟୁଟ ଅଫ୍‌ ସୋସିଆଲ ସାଇନ୍ସେସ୍‌ (କିସ୍‌)କୁ ସମ୍ମାନଜନକ ‘ଲିଡର୍‌ଶିପ ପୁରସ୍କାର’ ପ୍ରଦାନ କରାଯାଇଛି। ମଙ୍ଗଳବାର ନୂଆଦିଲ୍ଲୀଠାରେ ଅନୁଷ୍ଠିତ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁଙ୍କଠାରୁ କିସ୍‌ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ଏହି ପୁରସ୍କାର ଗ୍ରହଣ କରିଛନ୍ତି। ପୁରସ୍କାର ସ୍ବରୂପ ତାଙ୍କୁ ମାନପତ୍ର, ପଦକ ଓ ଉପଢ଼ୌକନ ପ୍ରଦାନ କରାଯାଇଥିଲା।

ସୂଚନାଯୋଗ୍ୟ, ଶିକ୍ଷା ଜରିଆରେ ଜନଜାତିଙ୍କ ବିକାଶ ପାଇଁ କାର୍ଯ୍ୟ କରୁଥିବା ଦେଶର ବିଭିନ୍ନ ବିଦ୍ୟାଳୟ, ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟକୁ ରାଷ୍ଟ୍ରୀୟ ଅନୁସୂଚିତ ଜନଜାତି ଆୟୋଗ ପକ୍ଷରୁ ପ୍ରଥମଥର ଲାଗି ଏଭଳି ପୁରସ୍କାର ଦେବା ପାଇଁ ସ୍ଥିର କରାଯାଇଛି। ଆୟୋଗ ପକ୍ଷରୁ ପ୍ରଥମ ପ୍ରୟାସରେ ଏହି ସମ୍ମାନଜନକ ପୁରସ୍କାର କିସ୍‌ ହାସଲ କରିବାର ଗୌରବ ଅର୍ଜନ କରିଛି। କିସ୍‌ ବିଶ୍ୱର ଏକମାତ୍ର ଅନୁଷ୍ଠାନ, ଯେଉଁଠି ୨୭ ହଜାର ଜନଜାତି ଛାତ୍ରୀଛାତ୍ରଙ୍କ ସାମଗ୍ରିକ ବିକାଶ ଦିଗରେ ଦୃଷ୍ଟି ଦିଆଯାଇ ସେମାନଙ୍କୁ ସମାଜର ମୁଖ୍ୟସ୍ରୋତରେ ସାମିଲ କରିବା ପାଇଁ ପ୍ରଚେଷ୍ଟା କରାଯାଉଛି। ଏହି ପୁରସ୍କାରକୁ କିସ୍‌ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ କିସ୍‌ର ସମସ୍ତ ଶିକ୍ଷୟିତ୍ରୀ, ଶିକ୍ଷକ, କର୍ମଚାରୀ ଓ ଛାତ୍ରୀଛାତ୍ରଙ୍କୁ ଉତ୍ସର୍ଗ କରିଛନ୍ତି। ଉକ୍ତ କାର୍ଯ୍ୟକ୍ରମରେ କେନ୍ଦ୍ର ଜନଜାତି ବ୍ୟାପାର ମନ୍ତ୍ରୀ ଜୁଏଲ ଓରାମ, ରାଷ୍ଟ୍ରୀୟ ଅନୁସୂଚିତ ଜନଜାତି ଆୟୋଗ ଅଧ୍ୟକ୍ଷ ଡ. ନନ୍ଦ କୁମାର ସାଇ, ଉପାଧ୍ୟକ୍ଷା ସୁଶ୍ରୀ ଅନୁସୂୟା ପ୍ରମୁଖ ଉପସ୍ଥିତ ଥିଲେ।

SBI_Festive_Digital Billboard