ଭୁବନେଶ୍ୱର,୨୦/୨: ଜମ୍ମୁ-କଶ୍ମୀର ପୁଲଓ୍ବାମାରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ଶହୀଦ ଯବାନଙ୍କ ଅମର ଆତ୍ମାର ସଦ୍ଗତି କାମନା ଉଦ୍ଦେଶ୍ୟରେ ସହିଦନଗରସ୍ଥିତ ଚାଣକ୍ୟ ପବ୍ଲିକ ସ୍କୁଲ (କ୍ୟାମ୍ପସ୍-୧)ଠାରେ ବୁଧବାର ଦୀପଦାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିସହ ଗୁରୁତରଙ୍କ ଆରୋଗ୍ୟ କାମନା କରାଯାଇଛି। ଛାତ୍ରୀଛାତ୍ର ଓ ଶିକ୍ଷକଙ୍କ ଦ୍ୱାରା ଆୟୋଜିତ ଏହି କାର୍ଯ୍ୟକ୍ରମରେ ୨ ମିନିଟ୍ ନୀରବ ପ୍ରାର୍ଥନା କରାଯାଇଥିଲା। ଏଥିସହ ଦେଶାତ୍ମବୋଧକ ସଙ୍ଗୀତ ପରିବେଷଣ କରାଯାଇଥିଲା।