ଦୁଇ ଭାଇଙ୍କ ପ୍ରେମରେ ପଡ଼ିଲେ ୨୫ ବର୍ଷୀୟା ଯୁବତୀ, ୩ ଜଣ ହୋଇଗଲେ ଫେରାର

ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ବରେଲିରୁ ଏକ ଆଶ୍ଚର୍ଯ୍ୟଜନକ ପ୍ରେମ କାହାଣୀ ସାମ୍ନାକୁ ଆସିଛି । ଏହି କାହାଣୀ ଶୁଣିବା ପରେ ଅଭିନେତା ରଣବୀର ସିଂ ଏବଂ ଅର୍ଜୁନ କପୁରଙ୍କ ଅଭିନୀତ ଫିଲ୍ମ ‘ଗୁଣ୍ଡେ’ ମନେ ପଡ଼ୁଛି । ସୂଚନା ଅନୁଯାୟୀ, ଜଣେ ୨୫ବର୍ଷର ଝିଅ ଦୁଇ ଭାଇଙ୍କ ପ୍ରେମରେ ପଡିଥିଲା । ତା’ପରେ ତିନିଜଣ ଘରୁ ବାହାରି ପଳାଇଲେ । ଘଟଣାକୁ ନେଇ ନାବାଳିକାଙ୍କ ବାପା ପୋଲିସ ଷ୍ଟେସନରେ ଅଭିଯୋଗ କରିଛନ୍ତି ।

ଏହି ପ୍ରେମ କାହାଣୀ ବିଷୟରେ ସବୁଆଡେ ହଇଚଇ ସୃଷ୍ଟି କରିଛି । ଏହି ତିନିଜଣଙ୍କୁ ଧରିବା ପାଇଁ ପୋଲିସ ତଦନ୍ତ ଆରମ୍ଭ କରିଛି । ସ୍ଥାନୀୟ ଲୋକମାନେ କହୁଛନ୍ତି ଝିଅଟି ଉଭୟ ଭାଇଙ୍କୁ ତାଙ୍କ ଜୀବନ ଅପେକ୍ଷା ଅଧିକ ଭଲ ପାଉଥିଲା । ଯେତେବେଳେ ଘରେ ଏହା ବିଷୟରେ ଜାଣିଲେ, ସେତେବେଳେ ଘରେ ଏକ ପାଟିତୁଣ୍ଡ ହୋଇଥିଲା । ଏହି ତିନିଜଣଙ୍କୁ ବହୁତ ଗାଳି ଦିଆଯାଇଥିଲା । ଏହି ମାମଲାକୁ ତୁରନ୍ତ ବନ୍ଦ କରାଯାଇଥିଲା । କିନ୍ତୁ ତିନିଜଣଙ୍କ ମଧ୍ୟରେ ପୁଣି ଥରେ ପ୍ରେମ ଏତେ ବଢିଗଲା ଯେ ତିନିଜଣ ଘରୁ ପଳାଇଲେ ।

ନିଖୋଜ ଝିଅ ବିଷୟରେ ଅଭିଯୋଗ ପାଇବା ପରେ ପୋଲିସ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ତିନିଜଣଙ୍କୁ ଖୋଜିବା ପାଇଁ ଉଦ୍ୟମ ଆରମ୍ଭ କରିଛି । ସବୁଠାରୁ ବଡ କଥା କି ତଦନ୍ତ ବେଳେ ଜଣାପଡିଛି କି ଉଭୟ ଭାଇ ଝିଅକୁ ନେଇ ନିଜ ମାମୁଁ ଘରେ ଅଛି । ଏହା ଜାଣିବା ପରେ ଉଭୟ ପରିବାରରେ ବହୁତ ଗଣ୍ଡଗୋଳ ସୃଷ୍ଟି ହୋଇଛି । ପୋଲିସ ମଧ୍ୟ ଯୁବକଙ୍କ ମାମୁଁଙ୍କ ବିରୋଧରେ ମାମଲା ରୁଜୁ କରିଛି । ବର୍ତ୍ତମାନ ଏହି ତିନି ପ୍ରେମୀ ଯୁଗଳ କେଉଁଠାରେ ଅଛନ୍ତି ପୋଲିସ ଜାଣିନାହିଁ ।