ଭୁବନେଶ୍ୱର, ୨୯/୦୫ : ଭୁବନେଶ୍ୱର ଉପକଣ୍ଠ ଦୟାନଦୀରେ ଦେଖିବାକୁ ମିଳିଥିଲା ଭଗବାନ ବୁଦ୍ଧଙ୍କ ବିରାଟକାୟ ବାଲୁକାକଳା। ଓଡ଼ିଶା ଇତିହାସର ମୁକସାକ୍ଷୀ ରକ୍ତରନଦୀ ଦୟାନଦୀରେ ଶାନ୍ତିର ପ୍ରତୀକ ଭଗବାନ ଗୌତମ ବୁଦ୍ଧଙ୍କ ବାଲୁକାକଳା ବେଶ ମନଲୋଭା ହୋଇଛି। ରୋଟାରି କ୍ଲବ୍-୩୨୬୨ ତରଫରୁ ପ୍ରସ୍ତୁତ ହୋଇଥିବା ୧୩୭ ଫୁଟ ଲମ୍ବର ବୁଦ୍ଧଙ୍କ ଶୟନରତ ଏହି ବାଲୁକାକଳା ପ୍ରସ୍ତୁତି କରିଥିଲେ ବିଶିଷ୍ଟ ବାଲୁକାଶିଳ୍ପୀ ଡ଼. ସୁବଳ ମହାରଣା। ଏଥିରେ ତାଙ୍କୁ ୨୦ ଜଣ ଶିଳ୍ପୀ ସାହାଯ୍ୟ କରିଥିଲେ, ଯେଉଁଥିରେ ୬ ଜଣ ଝିଅ ଥିଲେ। ଏହି କଳାକୁ ପ୍ରସ୍ତୁତ କରିବା ନିମନ୍ତେ ୩୭ ଘଣ୍ଟା ଲାଗିଥିଲା। ସେ ଆଜି ପର୍ଯ୍ୟନ୍ତ ରାଜ୍ୟ ଓ ଦେଶବିଦେଶରେ ୩୦୦ରୁ ଊର୍ଦ୍ଧ୍ବ୍ୱ ବାଲୁକାକଳା ତିଆରି କରିଥିବା ବେଳେ ଆଜିର କଳାକୃତିକୁ ମିଶାଇ ୧୫ ଗୋଟି ବିଶ୍ୱରେକର୍ଡ କରିଥିବା ଡ଼. ମହାରଣା କହିଛନ୍ତି। ଦୟାନଦୀର ବାଲିରେ ଏଭଳି ବାଲୁକାକଳା ଦେଖଣାହାରୀଙ୍କୁ ବେଶ ବିମୋହିତ କରିଥିଲା।