ନୂଆଦିଲ୍ଲୀ, ୨୨/୦୭ : ଭାରତରେ ତିଆରି ହେବ ‘ତାମିର’ ମିସାଇଲ୍, ‘ମେକ୍ ଇନ୍ ଇଣ୍ଡିଆ’ ଅଧୀନରେ ବଡ଼ ନିଷ୍ପତ୍ତି । ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଯୁଦ୍ଧ ପରିସ୍ଥିତି ମଧ୍ୟରେ ଇସ୍ରାଏଲ ଏକ ବଡ଼ କୂଟନୈତିକ ରଣନୀତି ଆପଣାଇଛି । ନିଜର ପ୍ରସିଦ୍ଧ ‘ଆଇରନ୍ ଡୋମ୍’ ଏୟାର ଡିଫେନ୍ସ ସିଷ୍ଟମ୍ରେ ବ୍ୟବହୃତ ହେଉଥିବା ‘ତାମିର’ ଇଣ୍ଟରସେପ୍ଟର ମିସାଇଲର ଉତ୍ପାଦନ ଏବେ ଭାରତରେ କରିବାକୁ ଯୋଜନା କରୁଛି ଇସ୍ରାଏଲ । ଭାରତ ସରକାରଙ୍କ ‘ମେକ୍ ଇନ୍ ଇଣ୍ଡିଆ’ କାର୍ଯ୍ୟକ୍ରମ ଅଧୀନରେ ଏହି ପ୍ରକଳ୍ପ କାର୍ଯ୍ୟକାରୀ ହେବ । ଆଇରନ୍ ଡୋମ୍ ସିଷ୍ଟମ୍ ନିର୍ମାଣ କରୁଥିବା ଇସ୍ରାଏଲର ପ୍ରମୁଖ ପ୍ରତିରକ୍ଷା କମ୍ପାନି ‘ରାଫେଲ୍ ଆଡଭାନ୍ସଡ୍ ଡିଫେନ୍ସ ସିଷ୍ଟମ୍ସ’ ଭାରତରେ ଏହି ମିସାଇଲ୍ ଉତ୍ପାଦନ ପାଇଁ ଯୋଜନାକୁ ଚୂଡ଼ାନ୍ତ ରୂପ ଦେଇଥିବା ସୂଚନା ମିଳିଛି।
