ଶ୍ରୀମନ୍ଦିର ଭିତରେ ପଶିଲେ ଅଣ ସେବାୟତ

ଭୁବନେଶ୍ୱର, ୦୭/୧୧ : ଶ୍ରୀମନ୍ଦିର ଭିତରେ ଅଣ ସେବାୟତ । ଜଣେ ଶ୍ରଦ୍ଧାଳୁ ସେବକ ବେଶରେ ଗର୍ଭଗୃହ ଭିତରେ ପ୍ରବେଶ କରିଥିବା ନେଇ ସୂଚନା ମିଳିଛି । ସମ୍ପୃକ୍ତ ଶ୍ରଦ୍ଧାଳୁକୁ ଶ୍ରୀମନ୍ଦିର ଗାରଦରେ ଅଟକ ରଖି ପଚରା ଉଚରା ଜାରି ରହିଛି । ଅଟକ ଅଣ ସେବାୟତ ଜଣକ ଯାଜପୁରର ଶଙ୍କର ମିଶ୍ର ବୋଲି ଜଣାପଡିଛି । ପୁଣି ଶ୍ରୀମନ୍ଦିରରେ ହିଡେନ୍ କ୍ୟାମେରା । ଶ୍ରୀମନ୍ଦିର ଜଗମୋହନ ନିକଟରୁ ଜବତ ହେଲା ହିଡେନ୍‌ କ୍ୟାମେରା । ଚଷମା ଯୁକ୍ତ ହିଡେନ୍ କ୍ୟାମେରା ପିନ୍ଧି ଯାଇଥିଲେ ଜଣେ ଭକ୍ତ । ଭକ୍ତ ଜଣକ ହେଉଛନ୍ତି ଭରତ ପାଣ୍ଡିଆ । ଜଗମୋହନରେ ସେବାୟତଙ୍କ ହାତରେ ଧରାପଡିଲେ ଭରତ ପାଣ୍ଡିଆ । ପ୍ରୋଟକଲରେ ମନ୍ଦିର ଭିତରକୁ ପ୍ରବେଶ କରିଥିବା ସୂଚନା ମିଳିଛି । ଅବକାଶ ନୀତି ପରେ ଜଗମୋହନରେ ଦର୍ଶନ ଚାଲିଥିବା ସମୟରେ ସେବାୟତ ମାନେ ତାଙ୍କୁ ଧରିଛନ୍ତି । ଜେଟିପି ମାନେ ଅଟକ ରଖି ଶ୍ରୀମନ୍ଦିର ଗାରଦରେ ପଚରା ଉଚରା କରିଥିଲେ । ପରେ ତାଙ୍କୁ ସିଂହଦ୍ବାର ଥାନାକୁ ନିଆଯାଇଛି । ପୂର୍ବରୁ ମଧ୍ୟ ବାରମ୍ବାର ହିଡେନ କ୍ୟାମେରା ଯୁକ୍ତ ଚଷମା ଜବତ କରାଯାଇଥିଲା । କିନ୍ତୁ କଡାକଡି ଆଇନ ନଥିବାରୁ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହୋଇପାରିନାହିଁ ।