କଟକ, ୨୫/୮ : କରୋନା ମହାମାରୀ ଯୋଗୁ ଚଳିତ ବର୍ଷ ସାର୍ବଜନୀନ ଦୁର୍ଗାପୂଜା ହେବ କି ନାହିଁ ସେଥିପାଇଁ ଆଶଙ୍କା ପ୍ରକାଶ ପାଇଛି। ତେଣୁ କଟକ ଦୁର୍ଗା ପୂଜା ପାଇଁ ହାଇକୋର୍ଟରେ ଏକ ଜନସ୍ୱାର୍ଥ ମାମଲା ଦାଏର କରାଯାଇଛି । କଟକ ବାଲୁବଜାର ପୂଜା କମିଟି ପକ୍ଷରୁ ଏହି ଜନସ୍ୱାର୍ଥ ମାମଲା ଦାଏର ହୋଇଥିବା ଜଣାପଡିଛି । ୫ଶହ ବର୍ଷର ପରମ୍ପରାକୁ ଦୃଷ୍ଟିରେ ରଖି କଟକରେ ଦୁର୍ଗାପୂଜା ପାଇଁ ଅନୁମତି ଦେବାକୁ ଆବେଦନରେ ଅନୁରୋଧ କରାଯାଇଛି । କୋଭିଡ୍ ଗାଇଡ୍ ଲାଇନ୍ ଆଧାରରେ ପୂଜା ପାଇଁ ଅନୁମତି ଦେବାକୁ ଆବେଦନରେ ଦର୍ଶାଯାଇଛି ।