ନୂଆପଡା : ଟାନୱଟ ଗାଁରେ ବାଘ ଆତଙ୍କ ଦେଖା ଦେଇଛି । ଟାନୱଟ ଓ କେରମେଲି ଗାଁ ମଧ୍ୟସ୍ଥ ରାସ୍ତା କଡରେ ଏକ ବାଘ ବସିଥିବା ଗାଁ ଲୋକେ କହିଥିଲେ। ସନ୍ଧ୍ୟା ପ୍ରାୟ ୮ଟାରେ ଟାନୱଟ ଗାଁର ମୋହଜ ଶବର ଓ ଜଣେ ସାଙ୍ଗ ବାଇକରେ ଗାଁ ମୁଣ୍ଡ ଓଭର ହେଡ ଟ୍ୟାଙ୍କ ନିକଟକୁ ବିଦ୍ୟୁତ କାମ କରିବାକୁ ଯାଇଥିଲେ । ରାସ୍ତା ଓଭର ହେଡ ଟ୍ୟାଙ୍କ ନିକଟରେ ଏକ ବାଘ ବସିଥିବା ଦେଖିବାକୁ ପାଇଥିଲେ।
ଦୁଇ ଜଣ ଯୁବକ ବାଇକକୁ ଛାଡି ଜୀବନ ବିକଳରେ ଦୌଡ଼ି ଗାଁକୁ ଚାଲି ଆସିଥିଲେ। ଯୁବକ ମାନଙ୍କ ସହ ପୁଣି ଟର୍ଚ୍ଚ ଓ ଠେଙ୍ଗା ବାଡ଼ି ଧରି ଟ୍ୟାଙ୍କ ନିକଟକୁ ଯାଇଥିଲେ । ଏତିକି ବେଳେ ଲୋକଙ୍କ କୋଳାହଳ ଶୁଣି ବାଘ ଜଙ୍ଗଲ ଭିତରକୁ ଚାଲି ଯାଇଥିଲା । ସେଠାରୁ ବାଇକକୁ ଧରି ଯୁବକ ମାନେ ଫେରି ଆସିଥିଲେ। ବାଘ ଭୟରେ ଲୋକେ ତାଟି କବାଟ ବନ୍ଦ କରି ଲୁଚି ରହିଛନ୍ତି । ପୂର୍ବରୁ ଏହି ଅଞ୍ଚଳରେ ବାଘର ଚଳପ୍ରଚଳ ରହୁଛି । ଏବେ ଗାଁରେ ପାଟ୍ରୋଲିଂ ପାଇଁ ବନ ବିଭାଗ କର୍ମଚାରୀଙ୍କୁ ପଠାଇଛୁ ବୋଲି କହିଛନ୍ତି ।
