ନିଆରା ସମ୍ପ୍ରଦାୟ, ଯେଉଁଠାରେ ବିବାହିତା ମହିଳା ମଧ୍ୟ ବାଛନ୍ତି ନୂଆ ସାଥୀ

ନୂଆଦିଲ୍ଲୀ: ଏଭଳି ଏକ ସମ୍ପ୍ରଦାୟ ବସବାସ କରୁଛି ଯେଉଁମାନେ ବିବାହିତ ହୋଇ ମଧ୍ୟ ବାଛନ୍ତି ନୂଆ ଜୀବନସାଥୀ । ଚିତ୍ରାଳ ଘାଟୀରେ ଏହି ସଂପ୍ରଦାୟର ଲୋକେ ବସବାସ କରୁଛନ୍ତି । ଏହି ଜନଜାତି ହିନ୍ଦୁ-କୁଶର ପାହାଡ଼ରେ ରହିଛି । ଅନୁମାନ କରାଯାଏ କି, ଦୁର୍ଗମ ପାହାଡ଼ ଗୁଡ଼ିକରେ ଘେରା ହେବା କାରଣରୁ ପାଖାପାଖି ୪ ହଜାରର ଜନସଂଖ୍ୟା ଥିବା କଲାସା ସଂପ୍ରଦାୟର ସଭ୍ୟତା ଓ ପରମ୍ପରା ଏବେସୁଦ୍ଧା ସୁରକ୍ଷିତ ରହିଛି । ନୁହେଁତ କେବେ ଠାରୁ ପାକିସ୍ତାନୀ ଲୋକଙ୍କର ଶିକାର ହୁଅନ୍ତେଣି ।

କୁହାଯାଏ, ସିକନ୍ଦର ଯେବେ ବିଶ୍ୱ ବିଜୟ ପାଇଁ ବାହାରିଲେ ତ ଏହି ଅଞ୍ଚଳରେ ମଧ୍ୟ ରହିଥିଲେ ଏବଂ ବିଜୟୀ ହୋଇ ଆଗକୁ ଚାଲିଥିଲେ । ସେତେବେଳେ ଏହାକୁ କୌକାସୋଶ ଇନ୍ଦିକୌଶ କୁହାଗଲା, ୟୁନାନୀରେ ଏହାର ଅର୍ଥ ହିନ୍ଦୁସ୍ତାନୀ ପର୍ବତ । କଲାସା ଜନଜାତିକୁ ଅନେକ ଐତିହାସିକ ସିକନ୍ଦରଙ୍କର ବଂଶଜ ମାନନ୍ତି । ୧୧ମ ଶତାବ୍ଦୀର ଅନ୍ତରେ ଏହି ହିନ୍ଦୁମାନଙ୍କୁ ନାସ୍ତିକ କହି ଖୁବ୍ ହଣାକଟା ଆରମ୍ଭ ହେଲା । ଅଧିକାଂଶ ସଂପ୍ରଦାୟ ଧର୍ମ ପରିବର୍ତ୍ତନ କଲେ । ଏହା ସେହି ସମୟ ଥିଲା, ଯେବେ ଏହି ପାହାଡକୁ ହିନ୍ଦୁ-କୁଶ ନାମ ମିଳିଲା, ଅର୍ଥାତ୍ ହିନ୍ଦୁଙ୍କ ହତ୍ୟାକାରୀ ।
ସର୍ବ ପ୍ରଥମେ ଏହି ନାମ ମୁସଲିମ୍ ଘୁମକ୍କଡ ଇବନ ବତୁତା ଦେଇଥିଲେ, ଏହାପରେ ଏହା ଚାଲି ଆସିଛି । ହ୍ୟୁମାନ ରାଇଟ୍ସ କମିଶନ ଅଫ୍ ପାକିସ୍ତାନର କହିବାନୁସାରେ, ଅନେକ ସମୟରେ ବିବାହ ପରେ ପାକିସ୍ତାନର ଅନ୍ୟ ଭାଗକୁ ଯାଉଥିବା ମହିଳାମାନେ ମାନସିକ ରୋଗର ଶିକାର ହୋଇଯାନ୍ତି । ହେଲେ ପାକିସ୍ତାନରେ କୌଣସି ବି ସରକାର ତାଙ୍କୁ ରକ୍ଷା କରିବା ପାଇଁ କୌଣସି କାମ କଲେନାହିଁ । ସେମାନେ ବର୍ଷ ବର୍ଷ ଧରି ସେମିତି ଅବହେଳିତ ହୋଇ ରହିଲେ ।

ଏମିତି କି ୨୦୧୮ ମସିହା ପୂର୍ବ ପର୍ଯ୍ୟନ୍ତ ତାଙ୍କୁ ପାକିସ୍ତାନୀ ଜନଗଣନାରେ ସାମିଲ କରାଯାଇ ନଥିଲା, ଅର୍ଥାତ୍ ସେମାନେ ନା ନିଜ ସରକାର ବାଛି ପାରୁ ନଥିଲେ ନା ସରକାରୀ ଚାକିରି ପାଇବାରେ ହକଦାର ଥିଲେ । କଲାସା ମହିଳାଙ୍କ ପରି ଆମର ଏଠାରେ ବି କିଛି ଆଦିବାସୀ ସଂପ୍ରଦାୟ ଏମିତି ଅଛନ୍ତି , ଯେଉଁଠି ମହିଳାମାନେ ମନପସନ୍ଦର ସାଥି ବାଛନ୍ତି । ଗୋଟେ ବୟସ ପରେ ଯୁବକ-ଯୁବତୀ ଉଭୟ ହିଁ ଭିନ୍ନ ଭିନ୍ନ ଲୋକଙ୍କୁ ଭେଟିବା ଓ ଏକାଠି ସମୟ ବିତେଇବେ, ଏହାକି ପସନ୍ଦର ଲାଇଫ୍ ପାର୍ଟନର ବାଛି ପାରିବେ । ଛତିଶଗଡ଼ର ବସ୍ତରରେ ଗୋଣ୍ଡ ସଂପ୍ରଦାୟର ଆଦିବାସୀ ଯୁବକ-ଯୁବତୀ ଏଠାରେ ମିଳାମିଶା କରିଥାନ୍ତି, ଏହାକୁ ଘୋଟୁଲ କୁହନ୍ତି ।

SBI AD