ନୂଆଦିଲ୍ଲୀ,୧୫ /୧୨ : ଆସନ୍ତା ୨୦୨୨ ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନରେ ଆମ୍ ଆଦ୍ମୀ ପାର୍ଟି(ଆପ୍) ପ୍ରତିଦ୍ବନ୍ଦିତା କରିବ ବୋଲି ଘୋଷଣା କରିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍। ସେ ଆହୁୁରି ବି କହିଛନ୍ତି ଯେ ଆପ୍ ଦିଲ୍ଲୀରେ ୩ ଥର ସରକାର ଗଠନ କରିଛି ଓ ଗତ ଆଠ ବର୍ଷ ଧରି ପଞ୍ଜାବର ମୁଖ୍ୟ ବିରୋଧୀ ଦଳ ଭାବେ ରହି ଆସିଛି।
କେଜ୍ରିୱାଲ୍ ଏହି ଘୋଷଣା କରିବା ବେଳେ କହିଛନ୍ତି କି ‘ଆଜି ମୁଁ ଏକ ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିବାକୁ ଚାହୁଁଛି। ଆପ୍ ୨୦୨୨ରେ ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବ। ୟୁପିର ଅନେକ ସଂଗଠନର ଲୋକ ମତେ ଭେଟି ଆପ୍ ଉତ୍ତରପ୍ରଦେଶରୁ ନିର୍ବାଚନ ଲଢୁ ବୋଲି ପରାମର୍ଶ ଦେଇଛନ୍ତି। ଉତ୍ତରପ୍ରଦେଶର ଅନେକ ଭାଇ ଓ ଭଉଣୀ ଦିଲ୍ଲୀରେ ରୁହନ୍ତି। ଯେତେବେଳେ ଆପ୍ ତୃତୀୟ ଥର ପାଇଁ ଦିଲ୍ଲୀରେ ସରକାର ଗଠନ କଲା, ସେତେବେଳେ ଉତ୍ତରପ୍ରଦେଶର ଅନେକ ଲୋକ ଆମକୁ ପରାମର୍ଶ ଦେଇଥିଲେ ଯେ ଆମେ ୟୁପିରେ ନିର୍ବାଚନ ଲଢ଼ିବା ଉଚିତ୍ ବୋଲି। ସେମାନେ ୟୁପିର ବର୍ତ୍ତମାନର ସରକାର ଗଠନ କରିଥିବା ଦଳକୁ ନେଇ ଅସନ୍ତୁଷ୍ଟ।’