ଆଜି ଦିଲ୍ଲୀ ମେୟର ନିର୍ବାଚନ : କିଏ ହାତେଇବ ମେୟର ପଦବୀ ?

ନୂଆଦିଲ୍ଲୀ,୬/୧ : ଦିଲ୍ଲୀ ମହାନଗର ନିଗମ ନିର୍ବାଚନ(ଏମସିଡି)ରେ ଆମ ଆଦମୀ ପାର୍ଟି ବହୁମତ ପାଇ ବିଜେପିକୁ ପରାସ୍ତ କରିଥିବା ବେଳେ ଆଜି ହେଉଛି ମେୟର ନିର୍ବାଚନ। ଏହି ପଦବୀ ପାଇଁ ଉଭୟ ଆପ୍‌ ଏବଂ ବିଜେପି ମଧ୍ୟରେ କଡ଼ା ଟକ୍କର ହେଉଥିବା ବେଳେ ବିଜେପି ଉକ୍ତ ଆସନକୁ ପୁନର୍ବାର ହାତେଇବ ବୋଲି ଦୃଢ଼କ୍ତି ପ୍ରକାଶ କରିଛି। ବିଗତ ୧୫ ବର୍ଷ ଧରି ଏମସିଡିକୁ ନିଜ ଅଧିନରେ ରଖିଥିବା ବିଜେପି ହାତରୁ ଏଥର ଆପ ପାଖକୁ ଚାଲିଯାଇଛି। ଆପ୍‌ ପକ୍ଷରୁ ଶେଲୀ ଓବରୟ ଲଢ଼ୁଥିବା ବେଳେ ବିଜେପି ରେଖା ଗୁପ୍ତାଙ୍କୁ ପ୍ରାର୍ଥୀ କରିଛି। ସେହିପରି ଆପ୍ ପକ୍ଷରୁ ଆଉ ଜଣେ ବ୍ୟାକଅପ ପ୍ରାର୍ଥୀ ଆସୁ ଠାକୁର ମଧ୍ୟ ରହିଛନ୍ତି। ସେହିପରି ଡେପୁଟି ମେୟର ପାଇଁ ଆପ୍‌ ପକ୍ଷରୁ ଆଲେ ମହମ୍ମଦ ଇକବାଲ, ଜଲାଜ କୁମାର ପ୍ରାର୍ଥୀପତ୍ର ଦାଖଲ କରିଥିବା ବେଳେ ବିଜେପି ପକ୍ଷରୁ କମଲ ବାଗ୍ରୀ ନାମାଙ୍କନ ଭରିଛନ୍ତି। ଅନ୍ୟପଟେ ଏହି ନିର୍ବାଚନରେ ବିଜେପି କାଉନସିଲର ସତ୍ୟ ଶର୍ମାଙ୍କୁ ପ୍ରିଜାଡିଂ ଅଫିସର ଭାବେ ନିଯୁକ୍ତି କରାଯିବାକୁ ନେଇ ବିବାଦ ଉପୁଜୁଛି।

ଗତ ଡିସେମ୍ବର ୪ରେ ଦିଲ୍ଲୀ ମହାନଗର ନିଗମ ନିର୍ବାଚନ ହୋଇଥିବା ବେଳେ ୭ ଡିସେମ୍ବରରେ ଫଳାଫଳ ପ୍ରକାଶ ପାଇଥିଲା । ୧୫ ବର୍ଷର ବିଜେପି ଶାସନ ଡୋରୀକୁ ବଦଳାଇ ଏଥର ଆପକୁ ଭରସା କରିଛନ୍ତି ଦିଲ୍ଲୀ ସହରବାସୀ । କିନ୍ତୁ ଏହାରି ଭିତରେ ସପ୍ତାହ ବିତିଥିଲେ ବି କିଏ ହେବ ମେୟର ତାହା ଜଣାପଡିନାହିଁ । ୨୫୦ ଆସନ ବିଶିଷ୍ଠ ଦିଲ୍ଲୀ ମହାନଗର ନିଗମରେ ଚଳିତ ନିର୍ବାଚନରେ ୧୩୪ ଆସନ ଜିତି ବହୁମତ ହାସଲ କରିଛି ଆପ୍ । ବିଜେପିକୁ ମିଳିଛି ୧୦୪ଟି ଆସନ ।

SBI AD