ଭୟଙ୍କର ସଡ଼କ ଦୁର୍ଘଟଣା : ୫୦ରୁ ଉର୍ଦ୍ଧ୍ବ ମୃତ

ନୂଆଦିଲ୍ଲୀ, ୨୦/୦୮ : ଆଫଗାନିସ୍ତାନରେ ଭୟଙ୍କର ସଡ଼କ ଦୁର୍ଘଟଣାର ଘଟିଛି । ଏହି ଦୁର୍ଘଟଣାରେ ୫୦ ରୁ ଉର୍ଦ୍ଧ୍ବ ଲୋକଙ୍କର ମୃତ୍ୟୁ ହୋଇଛି । ମୃତ୍ୟୁହାର ବଢିପାରେ ବୋଲି ଆଶଙ୍କା ରହିଛି । ଇରାନରୁ ଫେରୁଥିବା ପ୍ରବାସୀଙ୍କୁ ନେଇ ଯାଉଥିବାବେଳେ ଏକ ଯାତ୍ରୀବାହୀ ବସ୍ ଏକ ଟ୍ରକ୍ ଏବଂ ଏକ ମୋଟରସାଇକେଲ ସହିତ ଧକ୍କା ହୋଇଥିଲା । ଯାହାର ସୂଚନା ସ୍ଥାନୀୟ ପୋଲିସ ଏବଂ ଜଣେ ପ୍ରାଦେଶିକ ଅଧିକାରୀ ଦେଇଛନ୍ତି । ଦ୍ରୁତ ଗତିରେ ଆସୁଥିବା ବସର ଅସାବଧାନତା ଯୋଗୁଁ ଏପରି ଦୁର୍ଘଟଣା ଘଟିଛି ବୋଲି ପୋଲିସ କହିଛି । ବସଟି ଇରାନରୁ ଫେରୁଥିବା ପ୍ରବାସୀଙ୍କୁ ନେଇ କାବୁଲକୁ ଯାଉଥିବା ସମୟରେ ଗୁଜୁରା ନିକଟରେ ଦୁର୍ଘଟଣା ଘଟିଥିଲା । ମୃତକଙ୍କ ମଧ୍ୟରୁ ଅଧିକାଂଶ ବସ୍ ରେ ଯାତ୍ରା କରୁଥିଲେ। ଟ୍ରକରେ ୨ ଜଣ ଥିବାବେଳେ ମୋଟରସାଇକେଲରେ ମଧ୍ୟ ୨ ଜଣ ଥିଲେ । ଯାତ୍ରୀବାହୀ ବସ୍-ଟ୍ରକ୍ ଧକ୍କାରେ ଦୁର୍ଘଟଣା ଘଟିଥିଲା । ଯାହାଦ୍ବାରା ଗାଡିଗୁଡିକରେ ନିଆଁ ଲାଗିଯାଇଥିଲା । ନିଆଁ ଲାଗିଯିବାରୁ ଗାଡି ଭିତରେ ଲୋକ ଫସି ରହିଥିଲେ । ଫଳରେ ଦୁର୍ଘଟଣାରେ ୭୩ଜଣଙ୍କର ମୃତ୍ୟୁ ହୋଇଥିବା ସହ ଅନେକ ଆହତ ହୋଇଥିଲେ ।

SBI_Festive_Digital Billboard