ମହାକାଳପଡ଼ା ,୧୩ /୮(କେଶବ ଚନ୍ଦ୍ର ନାଥ ) – ମାର୍ଶାଘାଇ ଥାନା ଅଧିନସ୍ଥ କୁସୁନପୁର ନିକଟ ୫ ନମ୍ବର ଜାତୀୟ ରାଜପଥ ରେ ଗୁରୁବାର ଅପରାହ୍ନରେ ଘଟିଥିବା ସଡ଼କ ଦୁର୍ଘଟଣାରେ ପ୍ରଭାତ ଦାସ ଓ ସହଯୋଗୀ ଦୁହେଁ ଗୁରୁତର ହୋଇ ଥିବାର ଜଣାପଡିଛି । ଶ୍ରୀଯୁକ୍ତ ଦାସ ଓ ତାଙ୍କ ସହଯୋଗୀ ଦୁହେଁ ଗୋଟିଏ ବାଇକ (OR-O4-B-1303)ଯୋଗେ କେନ୍ଦ୍ରାପଡ଼ା ଅଭିମୁଖେ ଯିବା ବାଟରେ କୁସୁନ ପୁର ନିକଟରେ ଭାରସାମ୍ୟ ହରାଇ ରାସ୍ତା କଡ଼ ବ୍ୟାରିକେଟ ରେ ପିଟି ହୋଇ ଯାଇଥିଲେ । ଘଟଣା ସ୍ଥଳରେ ପରକୁଳା ଗାଁ ର ପ୍ରଭାତ ଅଧିକ ଗୁରୁତର ହୋଇଥିବା ବେଳେ ସାଥି ଜଣକ ସାମାନ୍ୟ ଗୁରୁତର ହୋଇ ରାଜପଥ ଉପରେ ପଡିରହିଥିଲେ । ସ୍ଥାନୀୟ ଲୋକେ ଦୁଇ ଆହତଙ୍କୁ ଦୁର୍ଘଟଣା ସ୍ଥଳରୁ ଉଦ୍ଧାର କରି କେନ୍ଦ୍ରାପଡା ଜିଲ୍ଲା ଚିକିତ୍ସାଳୟ କୁ ପଠାଇଥିବାର ଜଣାପଡିଛି । ସ୍ଥାନୀୟ ଲୋକେ ସହଯୋଗ କରିନଥିଲେ ଦୁଇ ଗୁରୁତରଙ୍କ ଜୀବନ ସୁରକ୍ଷିତ ରହିବା ସମ୍ଭବ ହୋଇ ପାରି ନ ଥାନ୍ତା ।