ଭାରସାମ୍ୟ ହରାଇ ଧାନ ଜମିକୁ ପଲଟିଲା ଡିଜେଲ ବୋଝେଇ ପିକ ଅପ ଭ୍ୟାନ

ମହାକାଳପଡ଼ା- (କେଶବ ଚନ୍ଦ୍ର ନାଥ) : କେନ୍ଦ୍ରାପଡା ପଟୁ ଓରତ ବଡ଼ିହି ରାସ୍ତା ଦେଇ କଂସାରବଡ଼ଦlଣ୍ଡୁଅl ଅଭିମୁଖେ ଯାଉଥିବା ଡିଜେଲ ବୋଝେଇ ପିକଅପ ଭ୍ୟାନ ଓଳିହା ନିକଟରେ ରାସ୍ତା ତଳକୁ ପଲିଟି ପଡିଛି । ସନ୍ଧ୍ୟା ସମୟରେ ୨୦୦୦ ଲିଟରରୁ ଅଧିକ ପରିମାଣର ତେଲ ଧରି ଯାଉଥିବା ଗାଡିର ଚାଳକ କୌଣସି କାରଣ ବଶତଃ ଭାରସାମ୍ୟ ହରାଇ ବାରୁ ବାମ ପାର୍ଶ୍ୱ ଧାନ ରୁଆ ଜମିକୁ ଗାଡି ଖସି ପଡିଥିଲା । ବୋଝେଇ ଗାଡି ପାଲଟିବାରୁ ଲଦା ଯାଇଥିବା ତେଲ ବୋଝେଇ ଅଧିକାଂଶ କଣ୍ଟେନର ଫାଟି ଧାନ ଜମିରେ ତେଲ ଭାସିଥିଲା । ଖବର ପାଇଁ ଜମି ମାଲିକ ଦୁର୍ଘଟଣା ସ୍ଥଳରେ ପହଂଚି କ୍ଷତି ପୂରଣ ପାଇଁ ଜୁଲମ କରୁଥିବା ବେଳେ ସ୍ଥାନୀୟ ଲୋକେ ଡିଜେଲ ଚୋରାଇ ନେବା ପାଇଁ ଉଦ୍ୟମ କରିଥିଲେ । ସୂଚନା ପାଇ ମହାକାଳପଡ଼ା ପୋଲିସ ସେଠାରେ ପହଂଚିବା ପରେ ପରିସ୍ଥିତି ସୁଧୁରିଥିଲା ।