ଟ୍ରକ ଧକ୍କାରେ ବାପା ଓ ଶିଶୁପୁତ୍ରର ମୃତ୍ୟୁ, ଆଉ ଜଣେ ପୁଅ ଗୁରୁତର

ବୌଦ୍ଧ, ୨୮/୮ : ବୌଦ୍ଧ ଜିଲ୍ଲା ବାଉଁଶୁଣି ଥାନା ସିଙ୍ଗାରୀ ଢାବା ନିକଟରେ ଭୟଙ୍କର ସଡକ ଦୁର୍ଘଟଣା ଘଟିଛି । ଦୁର୍ଘଟଣାରେ ବାପ-ପୁଅଙ୍କ ମୃତ୍ୟୁ ହୋଇଯାଇଥିବା ବେଳେ ଜଣେ ପୁଅ ଗୁରୁତର ଥିବା ଜଣାପଡିଛି । ଗୁରୁତର ବ୍ୟକ୍ତିଙ୍କୁ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି ।

ସୂଚନାଯୋଗ୍ୟ ଯେ, ଜୁରାମୁଣ୍ଡା ଗାଁର ସୁଜିତ ଦାସ ତାଙ୍କ ୨ପୁଅକୁ ନେଇ ବାଇକରେ କୌଣସି କାମରେ ସାହାଜପାଲ ଅଭିମୁଖେ ଯାଉଥିଲେ । ସୋନପୁରରୁ ବୌଦ୍ଧ ଅଭିମୁଖେ ଯାଉଥିବା ବେଳେ ଏକ ଦୃତଗାମୀ ଟ୍ରକ୍ ଆସି ଢାବା ନିକଟରେ ବାଇକୁ ଧକ୍କା ଦେଇଥିଲା । ଯାହାଫଳରେ କି ଘଟଣାସ୍ଥଳରେ ହିଁ ବାପ ଓ ଶିଶୁପୁତ୍ରର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ପୁଅ ଗୁରୁତର ଥିବା ଜଣାପଡିଛି । ଗୁରୁତର ଥିବା ପୁଅକୁ ବାଉଁଶୁଣୀ ମେଡିକାଲରେ ଭର୍ତ୍ତି କରାଯାଇଛି । ଅନ୍ୟପଟେ ଦୁର୍ଘଟଣା ଘଟାଇଥିବା ଟ୍ରକ୍ ତାଳସରଡା ନିକଟରେ ଆଉ ଏକ ଇଣ୍ଡିକା ଗାଡିକୁ ଧସେଇ ଫେରାର ମାରୁଥିବା ବେଳେ ସାହାଜପାଲରେ ତାକୁ ଅଟକ୍ ରଖାଯାଇଥିବା ସୂଚନା ରହିଛି ।