ମିନି ଟ୍ରକ ଧକ୍କାରେ ଦମ୍ପତ୍ତି ମୃତ

ଖୋର୍ଦ୍ଧା, ୨୪/୮ : ଖୋର୍ଦ୍ଧା ଜିଲା ଜଙ୍କିଆ ଥାନା ଅନ୍ତର୍ଗତ ନୂଆ ଜଗନ୍ନାଥ ସଡକର ସିକୋ କଲେଜ ନିକଟରେ ଆଜି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ମିନି ଟ୍ରକ୍ ଧକ୍କାରେ ବାଇକରେ ଯାଉଥିବା ସ୍ୱାମୀ ଏବଂ ସ୍ତ୍ରୀଙ୍କର ମୃତ୍ୟୁ ଘଟିଛି।

ସୂଚନା ଅନୁଯାୟୀ, ଗୋଡିମଡା ଗ୍ରାମର ବାବୁଲା ପ୍ରଧାନ ଏବଂ ତାଙ୍କ ପତ୍ନୀ ବାଇକ ଯୋଗେ ଭୁବନେଶ୍ୱରରୁ ନିଜ ପୈତୃକ ଗ୍ରାମକୁ ଯାଉଥିଲେ। ସେହି ସମୟରେ ଏକ ମିନି ଟ୍ରକ୍ ଉଭୟଙ୍କୁ ଧକ୍କା ଦେଇଥିଲା। ଫଳରେ ଘଟଣା ସ୍ଥଳରେ ଉଭୟଙ୍କର ମୃତ୍ୟୁ ଘଟିଥିଲା। ସେପଟେ ଖବର ପାଇ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଦୁର୍ଘଟଣା ଘଟାଇଥିବା ମିନି ଟ୍ରକକୁ ଜବତ କରିବାସହ ଘଟଣାର ତଦନ୍ତ ଆରମ୍ଭ କରିଛି ।