ଶିକ୍ଷକମାନେ ୟୁନିଫର୍ମ ନ ପିନ୍ଧିଲେ କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର : ଶିକ୍ଷକମାନେ ୟୁନିଫର୍ମ ପିନ୍ଧି ନଆସିଲେ କାର୍ଯ୍ୟାନୁଷ୍ଠାନ ନିଆଯିବ । ଏନେଇ ସମସ୍ତ ସରକାରୀ ବିଦ୍ୟାଳୟ ଓ ଅନୁଦାନପ୍ରାପ୍ତ ସରକାରୀ ବିଦ୍ୟାଳୟର ପ୍ରଧାନଶିକ୍ଷକଙ୍କୁ ଚିଠି ହୋଇଛି । ବିନା ଡ୍ରେସ୍‌ କୋଡ୍‌ରେ ଆସୁଥିବା ଶିକ୍ଷକଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କୁହାଯାଇଛି ।

ଜଟଣୀ ବ୍ଲକ୍‌ର ବିଭିନ୍ନ ସରକାରୀ ବିଦ୍ୟାଳୟ ଅଚାନକ ଗସ୍ତ କରିଥିଲେ । ଗସ୍ତ ସମୟରେ କିଛି ଶିକ୍ଷକ ବିନା ୟୁନିଫର୍ମରେ ବିଦ୍ୟାଳୟକୁ ଆସିଥିବା ନେଇ ଦେଖିଥିଲେ । ଯାହା ବିଦ୍ୟାଳୟ ଶୃଙ୍ଖଳା ଭଙ୍ଗ ହେଉଥିବା ନେଇ ଡିଇଓ କହିଛନ୍ତି । ବିଦ୍ୟାଳୟ ପରିବେଶରେ ଶିକ୍ଷକ ଓ ଛାତ୍ରଛାତ୍ରୀଙ୍କ ଭିତରେ ଏକ ଶୃଙ୍ଖଳାଗତ ସମ୍ପର୍କ ଅଛି । ବିଦ୍ୟାଳୟକୁ ଛାତ୍ରଛାତ୍ରୀମାନେ ୟୁନିଫର୍ମରେ ଆସୁଛନ୍ତି । ମାତ୍ର ଶିକ୍ଷକମାନେ ବିନା ୟୁନିଫର୍ମରେ ଆସୁଛନ୍ତି । ଯାହା ଦ୍ୱାରା ଶୃଙ୍ଖଳା ଭଙ୍ଗ ହେଉଛି ବୋଲି ଡିଇଓ କହିଛନ୍ତି । ଏନେଇ ଜଟଣୀ ବ୍ଲକ୍‌ ଶିକ୍ଷା ଅଧିକାରୀଙ୍କ ପକ୍ଷରୁ ଏକ ଚିଠି ସମସ୍ତ ସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟ ପ୍ରଧାନଶିକ୍ଷକଙ୍କୁ ଲେଖାଯାଇଛି । ଯେଉଁ ଶିକ୍ଷକ ନିୟମ ଭଙ୍ଗ କରିବେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ।

ସାରା ରାଜ୍ୟରେ ପ୍ରାଥମିକ ଶିକ୍ଷକମାନେ ସେମାନଙ୍କ ୩ଦଫା ଦାବି ନେଇ ବିଦ୍ୟାଳୟରେ ୟୁନିଫର୍ମ ବର୍ଜନ କରିଛନ୍ତି । ଶିକ୍ଷକମାନେ ବିନା ୟୁନିଫର୍ମରେ ବିଦ୍ୟାଳୟରେ ଶିକ୍ଷା ଦାନ କରୁଛନ୍ତି । ଅନ୍ୟ ଜିଲ୍ଲାରେ ଡ୍ରେସ୍‌ କୋର୍ଡକୁ ନେଇ ଏତେ କଡ଼ା ନିୟମ ନଥିବା ବେଳେ ଖୋର୍ଦ୍ଧା ଜିଲ୍ଲାରେ କଣ ପାଇଁ ଏତେ କଠୋର ନିୟମ ଲାଗୁ ହେଉଛି ବୋଲି ଭୁବନେଶ୍ୱରର ଜଣେ ଶିକ୍ଷୟିତ୍ରୀ କହିଛନ୍ତି ।

SBI AD