ୟୁଟ୍ୟୁବ୍ ଚ୍ୟାନେଲ ଗୁଡିକ ଉପରେ କାର୍ଯ୍ୟାନୁଷ୍ଠାନ: BIP ଫ୍ୟାକ୍ଟଚେକ ୟୁନିଟ୍ ୬ଟି ଚ୍ୟାନେଲରେ ଶହେରୁ ଅଧିକ ଭିଡିଓକୁ ଚିହ୍ନଟ

ନୂଆଦିଲ୍ଲୀ: ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟର ପିଆଇବି ଫ୍ୟାକ୍ଟ ଚେକ୍ ୟୁନିଟ୍ / ସତ୍ୟତା ଯାଂଚ ୟୁନିଟ୍ (ଏଫସିୟୁ) ୬ଟି ୟୁଟ୍ୟୁବ୍ ଚ୍ୟାନେଲ୍ର ପର୍ଦ୍ଦାଫାଶ୍ କରିଛନ୍ତି, ଯେଉଁ ଗୁଡିକ ସଂଯୋଜିତ ଭାବରେ କାର୍ଯ୍ୟ କରୁଥିଲେ ଏବଂ ଭାରତରେ ମିଥ୍ୟା ଓ ତଥ୍ୟର ପ୍ରଚାର କରୁଥିଲେ । ଏହି ଚ୍ୟାନେଲ ଗୁଡିକ ଦ୍ୱାରା ପ୍ରସାରିତ ମିଥ୍ୟା ଖବରକୁ ପ୍ରତିହତ କରିବା ପାଇଁ ଫ୍ୟାକ୍ଟ ଚେକ ୟୁନିଟ୍ ୧୦୦ରୁ ଅଧିକ ସତ୍ୟତା ଯାଂଚ କରି ୬ଟି ପୃଥକ ଟ୍ୱିଟର ସୂତ୍ରକୁ ପ୍ରକାଶ କରିଛନ୍ତି ।

ଏହି ୬ଟି ୟୁଟ୍ୟୁବ୍ ଚ୍ୟାନେଲ ଗୁଡିକ ଏକ ସଂଯୋଜିତ ନକଲି ସୂଚନା ନେଟୱର୍କର ଅଂଶ ଭାବରେ କାର୍ଯ୍ୟ କରୁଥିବା ଜାଣିବାକୁ ମିଳିଥିଲା, ଯାହାର ପ୍ରାୟ ୨୦ ଲକ୍ଷ ଗ୍ରାହକ ରହିଥିଲେ ଏବଂ ସେମାନଙ୍କ ଭିଡିଓ ଗୁଡିକ ୫୧ କୋଟିରୁ ଅଧିକ ଥର ଦେଖାଯାଇଥିଲା ।

ପିଆଇବି ସତ୍ୟତା ଯାଂଚ ୟୁନିଟ୍ ଦ୍ୱାରା ଚିହ୍ନଟ ହୋଇଥିବା ୟୁଟ୍ୟୁବ୍ ଚ୍ୟାନେଲ ଗୁଡିକ ନିର୍ବାଚନ, ସୁପ୍ରିମକୋର୍ଟର କାର୍ଯ୍ୟ ନିର୍ବାହ ଏବଂ ଭାରତର ସଂସଦରେ ଚାଲିଥିବା ପ୍ରକ୍ରିୟା, ଭାରତ ସରକାରଙ୍କ କାର୍ଯ୍ୟକଳାପ ଇତ୍ୟାଦି ବିଷୟରେ ମିଥ୍ୟା ଖବର ପ୍ରସାରଣ କରିଛନ୍ତି, ଉଦାହରଣ ସ୍ୱରୂପ ଇଲେକ୍ଟ୍ରୋନିକ୍ ଭୋଟିଂ ମେସିନ୍ ଉପରେ ନିଷେଧାଦେଶ ଏବଂ ମିଥ୍ୟା ବିବୃତି ପାଇଁ ଭାରତର ମାନ୍ୟବର ରାଷ୍ଟ୍ରପତି, ମାନ୍ୟବର ପ୍ରଧାନ ବିଚାରପତିଙ୍କ ସମେତ ବରିଷ୍ଠ ସାମ୍ବିଧାନିକ କାର୍ଯ୍ୟକର୍ତ୍ତାଙ୍କୁ ଦାୟୀ କରା ଯାଇଥିବା ।

ଚ୍ୟାନେଲ ଗୁଡିକ ଏକ ନକଲି ସମ୍ବାଦ ଅର୍ଥ ବ୍ୟବସ୍ଥାର ଏକ ଅଂଶ ବିଶେଷ, ଯାହା ମିଥ୍ୟା ଖବରର ପ୍ରସାରଣ କରି ଅର୍ଥ ସଂଗ୍ରହରେ ବୃଦ୍ଧି ଘଟାଇ ଥାଏ । ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟ ଅଧୀନରେ ଥିବା ଏହି ୟୁନିଟ ଉକ୍ତ ଚ୍ୟାନେଲ ଗୁଡ଼ିକ ଉପରେ ଚଢ଼ାଉ କରାଯାଇଛି ।