ଚଳଚ୍ଚିତ୍ର ଅଭିନେତା ଅଜିତ ଦାସଙ୍କ ପରଲୋକ

ଭୁବନେଶ୍ୱର, ୧୩/୯ : ଓଡ଼ିଆ ଚଳଚ୍ଚିତ୍ର ଜଗତର ବରିଷ୍ଠ ଅଭିନେତା ଅଜିତ ଦାସଙ୍କ ପରଲୋକ ଘଟିଛି। ରବିବାର ୭୧ ବର୍ଷ ବୟସରେ ଅଜିତ ରାଜଧାନୀ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ତାଙ୍କ ପରଲୋକ ଖବର ପ୍ରସାରିତ ହେବାପରେ ରାଜ୍ୟ କଳା ଜଗତରେ ଶୋକର ଛାୟା ଖେଳି ଯାଇଛି। ଅଜିତ ଦାସ ଅନେକ ଓଡିଆ ଚଳଚ୍ଚିତ୍ରରେ କାମ କରିଥିଲେ ଏବଂ ଉତ୍କଳ ସଂଗୀତ ମହାବିଦ୍ୟାଲୟାରେ ଡ୍ରାମା ବିଭାଗର ପୂର୍ବତନ ମୁଖ୍ୟ ମଧ୍ୟ ଥିଲେ।