ପରଲୋକରେ ବଲିଉଡ ଅଭିନେତା ଫରାଜ ଖାନ

ମୁମ୍ବାଇ, ୪/୧୧ : ବଲିଉଡ ଅଭିନେତା ଫରାଜ ଖାନଙ୍କ ଆଜି ଦେହାନ୍ତ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୪୬ବର୍ଷ ବୟସ ହୋଇଥିଲା। ସେ ‘ଫରେବ’ ଓ ‘ମେହେନ୍ଦୀ’ ଭଳି ଲୋକପ୍ରିୟ ଚଳଚ୍ଚିତ୍ରରେ ଅଭିନୟ କରିଥିଲେ । ଫରାଜ ଅସୁସ୍ଥ ହୋଇ ଦୀର୍ଘ ଦିନରୁ ବେଙ୍ଗାଲୁରୁର ଏକ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ଏନେଇ ନିର୍ମାତା ତଥା ଅଭିନେତ୍ରୀ ପୂଜା ଭଟ୍ଟ ସୂଚନା ଦେଇଛନ୍ତି।

ଏହା ପୂର୍ବରୁ ପୂଜା ଭଟ୍ଟ ମଧ୍ୟ ଫରାଜ ଖାନଙ୍କ ମସ୍ତିଷ୍କ ସଂକ୍ରମଣ ବିଷୟରେ ସୂଚନା ଦେଇଥିଲେ। ଫାରାଜ ଖାନଙ୍କ ଦେହାନ୍ତ ଖବର ବାବଦରେ ସୂଚନା ଦେଇ ପୂଜା ଭଟ୍ଟ ଲେଖିଛନ୍ତି ଯେ, ଦୁଃଖର ସହିତ ଏକଥା କହିବାକୁ ପଡ଼ୁଛି ଯେ ଫରାଜ ଖାନ୍ ଆମ ସମସ୍ତଙ୍କୁ ଛାଡ଼ି ଚାଲି ଯାଇଛନ୍ତି। ତାଙ୍କର ଶୂନ୍ୟ ସ୍ଥାନ ପୂରଣ କରିବା ଅସମ୍ଭବ ଅଟେ । ଆପଣଙ୍କ ସାହାଯ୍ୟ ଏବଂ ଶୁଭ କାମନା ପାଇଁ ଧନ୍ୟବାଦ।