ଆସନ୍ତାକାଲି ବିବାହ ବନ୍ଧନରେ ବାନ୍ଧି ହେବେ ସୁପର ଯୋଡ଼ି ସବ୍ୟସାଚୀ – ଅର୍ଚ୍ଚିତା

ଭୁବନେଶ୍ବର,୨୮ /୨: ଆସନ୍ତାକାଲି ବିବାହ ବନ୍ଧନରେ ବାନ୍ଧି ହେବେ ଓଲିଉଡ଼ର ଚର୍ଚ୍ଚିତ ଯୋଡ଼ି ସବ୍ୟସାଚୀ- ଅର୍ଚ୍ଚିତା । ବିବାହ ନେଇ ସୋସିଆଲ ମିଡିଆରେ ପୋଷ୍ଟ କରି ସୂଚନା ଦେଇଛନ୍ତି ଉଭୟ ସବ୍ୟସାଚୀ ଏବଂ ଅର୍ଚ୍ଚିତା । ନୂଆ ସମ୍ପର୍କ ଆରମ୍ଭ କରୁଥିବାରୁ ପ୍ରଭୁ ଜଗନ୍ନାଥଙ୍କ ସହ ଓଡ଼ିଶାବାସୀଙ୍କ ଆଶୀର୍ବାଦ ମାଗିଛନ୍ତି ସବ୍ୟସାଚୀ ଓ ଅର୍ଚ୍ଚିତା।ସବୁ ଖରାପ ଓ ଭଲ ସମୟରେ ସମସ୍ତଙ୍କ ସହଯୋଗ ରହିଛି । ଆଉ ଆଗକୁ ସେହି ସହଯୋଗ ରହିବ ବୋଲି ସୋସିଆଲ ମିଡିଆରେ ଦୁହେଁ ପୋଷ୍ଟ କରି ଲେଖିଛନ୍ତି । ତେବେ ଦୁହିଁଙ୍କ ଯୋଡି ସୁପରହିଟ ଥିବାରୁ ତାଙ୍କୁ ନେଇ ଅନେକ ସମୟରେ ଚର୍ଚ୍ଚା ହୁଏ । ପୂର୍ବରୁ ଦୁହିଁଙ୍କ ବିବାହ ନେଇ ବି ଅନେକ ଆଲୋଚନା ହୋଇଥିବା ବେଳେ ଆଜି ଶେଷରେ ଦୁହେଁ ବିବାହ କରୁଥିବା ନେଇ ସୂଚନା ଦେଇଛନ୍ତି । ତୋର ମୋର ଯୋଡି ସୁନ୍ଦର, ପାଗଳ କରିଛି ପାଉଁଜି ତୋର ଭଳି ଅନେକ ସୁପରହିଟ ଫିଲ୍ମରେ ଦୁହେଁ ନଜର ଆସିଛନ୍ତି ।