ନୂଆଦିଲ୍ଲୀ: ମାଲାୟାଲମ୍ ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରି ନିର୍ମାତା ତଥା ଅଭିନେତା ବିଜୟ ବାବୁ ଗିରଫ ହୋଇଛନ୍ତି । ସୂଚନା ମୁତାବକ, ବିଜୟ ବାବୁଙ୍କ ଉପରେ ଜଣେ ମହିଳା ଯୌନ ଉତ୍ପୀଡ଼ନ ଅଭିଯୋଗ କରିଥିଲେ। ଏହି ମାମଲାକୁ ନେଇ ସେ ଅନେକ ଦିନରୁ ଚର୍ଚ୍ଚାରେ ଥିଲେ । ଜଣେ ମାଲାୟାଲମ୍ ଅଭିନେତ୍ରୀ କହିଥିଲେ ଯେ ବିଜୟ ତାଙ୍କୁ ବଳାତ୍କାର କରିଛନ୍ତି। ଏହା ପରେ ଦକ୍ଷିଣ ଇଣ୍ଡଷ୍ଟ୍ରିରେ ବିଜୟଙ୍କ ବହୁ ବିରୋଧ ହୋଇଥିଲା। ବର୍ତ୍ତମାନ ଏହି ମାମଲାରେ ଅଭିନେତା ବିଜୟଙ୍କୁ ଗିରଫ କରାଯାଇଛି।
ତେବେ ଅଭିନେତା ତଥା ପ୍ରଯୋଜକ ବିଜୟ ବାବୁଙ୍କୁ ଗିରଫ କରାଯିବା ପରେ ଦକ୍ଷିଣ ଏର୍ଣ୍ଣାକୁଲମ୍ ପୋଲିସ ଷ୍ଟେସନରେ ହାଜର କରାଯାଇଥିଲା । ଗତ ୨୨ ତାରିଖରେ କେରଳ ହାଇକୋର୍ଟ ତାଙ୍କୁ ଜାମିନ୍ ପ୍ରଦାନ କରିଥିଲେ । ଫିଲ୍ମରେ ରୋଲ ଦେବାର ଆଳ ଦେଖାଇ ବିଜୟ ଯୌନ ନିର୍ଯାତନା ଦେଇଥିବା ଜଣେ ଅଭିନେତ୍ରୀ ଅଭିଯୋଗ କରିଥିଲେ ।
ବିଜୟଙ୍କୁ ହାଇକୋର୍ଟଙ୍କ ଜାମିନ ପ୍ରଦାନ କରିବା ସହ ପାସପୋର୍ଟ ସବମିଟ୍ କରିବାକୁ କହିଛନ୍ତି । ଏଥିସହିତ ସେ ରାଜ୍ୟ ଛାଡ଼ି ବାହାରକୁ ନ ଯିବା ପାଇଁ କୋର୍ଟ କହିଛନ୍ତି । ତେବେ ଏହି ମାମଲାରେ ତଦନ୍ତକାରୀ ଟିମ୍ ବିଜୟଙ୍କୁ ଆଜିଠାରୁ ପଚରାଉଚରା ଆରମ୍ଭ କରିଛନ୍ତି । ଏହି ପ୍ରକ୍ରିୟା ଆସନ୍ତା ମାସ ୩ ତାରିଖ ପର୍ଯ୍ୟନ୍ତ ଜାରି ରହିବ ।