ବିଧାନସଭାରେ ୧୯,୮୩୩ କୋଟିର ଅତିରିକ୍ତ ବଜେଟ୍‌ ଉପସ୍ଥାପିତ

ଭୁବନେଶ୍ୱର, ୧/୧୨: ବିଧାନସଭାରେ ବିରୋଧୀଙ୍କ ପ୍ରବଳ ହୋହଲ୍ଲା ମଧ୍ୟରେ ଉପସ୍ଥାପିତ ହେଲା ଅତିରିକ୍ତ ବଜେଟ୍‌ । ମୋଟ ୧୯,୮୩୩ କୋଟିର ବଜେଟ୍‌ ଉପସ୍ଥାପନ କରିଛନ୍ତି ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ । ଏଥିରେ ପଞ୍ଚାୟତିରାଜ୍‌ ବିଭାଗ ପାଇଁ ସର୍ବାଧିକ ୨୬ ପ୍ରତିଶତ ଅର୍ଥାତ ୩,୬୨୪ କୋଟି ଟଙ୍କାର ବ୍ୟୟବରାଦ ହୋଇଛି । ସ୍ୱାସ୍ଥ୍ୟ ପାଇଁ ୨୩୧୦ କୋଟି ଟଙ୍କା, ଶକ୍ତି ବିଭାଗ ପାଇଁ ୨୧୪୩ କୋଟି ବ୍ୟୟବରାଦ ହୋଇଛି । ଅତିରିକ୍ତ ବଜେଟ୍‌ ଉପସ୍ଥାପନ ପରେ ଗୃହକୁ ଆସନ୍ତାକାଲି ୧୦.୩୦ ଯାଏଁ ମୁଲତବୀ ଘୋଷଣା କରାଯାଇଛି ।