କୋଭିଡ କଟକଣା ବାହାରେ ଚାଲିଛି ଆଧାର କାର୍ଡ କାର୍ଯ୍ୟ, ପ୍ରଶାସନ ନିଷ୍କ୍ରିୟ

କେନ୍ଦ୍ରାପଡ଼ା,୮ /୯ : କେନ୍ଦ୍ରାପଡ଼ା ଜିଲ୍ଲାର ରାଜନଗର ବ୍ଲକ ଅଧିନସ୍ଥ ସାନବଡ଼ ଗୋପାଳପୁର ପଂଚାୟତର ଗୋସିଗାଁର ଗତେସ୍ୱର ମନ୍ଦିର କମିଟି ଗୃହରେ ବେଆଇନତଃ ଲୁକାୟତ ଭାବେ ଏକାକା କମ୍ପାନୀର ଅପେରଟର ସୁଜିତ କୁମାର ରାଉତ ID No-0143/51406 କୋଭିଡ ନିୟମକୁ ଭୁଲି ଆଧାର କାର୍ଡ ଉଠାଇବା ପାଇଁ ଆସି ଥିଲେ । ରାଜନଗର ଉପାନ୍ତ ଅଞ୍ଚଳର ଶତାଧିକ ଛାତ୍ର ଛାତ୍ରୀଙ୍କ ସହିତ ଅନେକ ବୃଦ୍ଧବୃଦ୍ଧାଙ୍କୁ ସମାଗମ କରାଇ କାର୍ଯ୍ୟକ୍ରମ ଜାରିରଖିଥିଲେ । ମାତ୍ର ଆଗରୁ ଜୀବନକୁ ବିପନ୍ନ କରି ଧାଡିରେ ଥିବା ଲୋକେ ଆଧାର କାମକରି ନଥିବା ବେଳେ ପରେ ଆସିଥିବା ଲୋକେ କାମ ସାରିଦେଉଥିଲେ । ଏହାହଜମ କରିନପାରି ଅପେକ୍ଷା ରତ ଲୋକେ ସାମ୍ବାଦିକଙ୍କୁ ସୂଚନା ଦେଇଥିଲେ । ଖବର ପାଇଁ ସାମ୍ବାଦିକ ମାନେ ବେଆଇନ କାର୍ଯ୍ୟ ସ୍ଥଳୀରେ ପହଂଚି ସାମାଜିକ ଦୂରତା ନମାନି ଅନେକ ମାସ୍କ ବିହିନ ଭାବେ ସମାଗମରେ ଚାହିଁଥିଲେ ଅପରେଟରଙ୍କ ଡାକରlକୁ । ଧାଡିରେ ନରହି ଆଧାର କାମ ସରୁଥିବା ଲୋକଙ୍କର ହାତଗୁଂଜା କୁ ନେଇ ସନ୍ଦେହ ଉପୁଜି ଥିଲା ।

ଏହି ସବୁ ଦିଗ ପ୍ରତି ଅନୁଧ୍ୟାନ କରି ଶେଷରେ ରାଜନଗର ବିଡିଓ ଶ୍ରୀ ମନ୍ଦର ଧର ମହାଳିକ ଙ୍କୁ ଫୋନ ଜରିଆରେ ଯୋଗାଯୋଗ କରି ପଚାରି ବାରୁ କହିଥିଲେ ,ମୁଁ କାହାରିକୁ ଅନୁମତି ଦେଇନାହଁ ବୋଲି ରୋକ ଠୋକ ଭାବେ ମନା କରି ଦେଇଥିଲ । ତେବେ କୋଭିଡ ଗାଇଡ଼ ଲାଇନ ବାହାରେ ରାଜନଗର ବ୍ଲକମୁଖ୍ୟାଳୟର ଅନତି ଦୂରରେ ବେଆଇନ କାର୍ଯ୍ୟ ବ୍ଲକ ପ୍ରଶାସନ ଅଗୋଚରରେ ଚାଲିବl ନେଇ ପ୍ରଶ୍ନ ବାଚୀ ହୋଇଛି । ଏସବୁ କାର୍ଯ୍ୟ ପଛରେ ପ୍ରଶାସନ, ରାଜନେତା, ନା ପଇସା, କାହାର କମାଲ ରହିଛି ବୋଲି ଆଧାର କାର୍ଡ ସଂଶୋଧନ, ଅପଡେସନଓ ନୂତନ କାର୍ଡ଼ପାଇଁ ଆସିଥିବା ବ୍ୟକ୍ତି ମାନଙ୍କର ସନ୍ଦେହ ସୃଷ୍ଟି ହୋଇଛି । ସ୍ଥାନୀୟ ପ୍ରଶାସନ ଏହି ଜାତୀୟ କାର୍ଯ୍ୟକ୍ରମର ସଫଳତା ପାଇଁ ଶତଚେଷ୍ଟିତ ହେବା ଉଚିତ ।