ଭୁବନେଶ୍ୱର : ରାଜ୍ୟ ଅନୁସୂଚିତ ଜାତି ଓ ଜନଜାତି ବିଭାଗ ଦ୍ୱାରା ଚଳିତବର୍ଷ ଫେବୃୟାରୀ ୧୫ରୁ ୨୪ତାରିଖ ପର୍ଯ୍ୟନ୍ତ ଆଦିବାସୀ ମେଳା ଆୟୋଜନ କରାଯିବ । ଏହି ମେଳା ଚଳିତବର୍ଷ ୟୁନିଟ-୧ ଆଦିବାସୀ ପଡ଼ିଆରେ ହେବ । ରାଜଧାନୀରେ ଆଦିବାସୀ ହାଟ ଭଳି ପରିବେଶ ସୃଷ୍ଟି କରୁଥିବା ଏହି ପଡ଼ିଆରେ ଗତ ୨୦୧୮ ମସିହା ପରଠୁ ଆଦିବାସୀ ମେଳା ହୋଇନାହିଁ । ରାଜ୍ୟ ସରକାର ଆଇନଶୃଙ୍ଖଳା ପରିସ୍ଥିତିର ଆଳ ଦେଖାଇ ଦୀର୍ଘ ୭ଦଶନ୍ଧି ଧରି ଚାଲି ଆସିଥିବା ଏହି ମେଳାର ସ୍ଥାନକୁ ପରିବର୍ତ୍ତନ କରିଦେଇଥିଲେ ।
ଉଲ୍ଲେଖଯୋଗ୍ୟ, ୧୯୫୧ ମସିହାରୁ ଓଡ଼ିଶାରେ ପ୍ରତିବର୍ଷ ‘ଆଦିବାସୀ ମେଳା’ ପାଳିତ ହେଉଥିବାବେଳେ ୧୯୫୪ ମସିହାରେ ଏହା ଭୁବନେଶ୍ୱରସ୍ଥିତ ୟୁନିଟ-୧ ଠାରେ ଥିବା ‘ଆଦିବାସୀ ପଡ଼ିଆ’ରେ ପାଳନ ହୋଇ ଆସୁଥିଲା । କିନ୍ତୁ ୨୦୧୮ ମସିହାରେ ରାଜ୍ୟ ସରକାର ଏହି ମେଳାର ସ୍ଥାନ ପରିବର୍ତ୍ତନ କରି ୟୁନିଟ-୩ ସ୍ଥିତ ଇଡକୋ ପ୍ରଦର୍ଶନୀ ପଡ଼ିଆରେ ଆୟୋଜନ କରିଆସୁଥିଲେ ।
