ଭାରତ –ଅଷ୍ଟ୍ରେଲିଆ ଟେଷ୍ଟ୍ : ପ୍ରଥମ ଦିନ ଖେଳ ଶେଷ ସୁଦ୍ଧା ଭାରତ ୨୩୩ /୬

ଆଡିଲେଡ୍,୧୭ /୧୨ : ଆଡିଲେଡ୍ ଓଭାଲଠାରେ ଚାଲିଥିବା ଭାରତ –ଅଷ୍ଟ୍ରେଲିଆ ପ୍ରଥମ ଟେଷ୍ଟର ପ୍ରଥମ ଦିନ ଖେଳ ଶେଷସୁଦ୍ଧା ଭାରତ ୬ ଓ୍ବିକେଟ ହରାଇ ୨୩୩ ରନ ସଂଗ୍ରହ କରିଛି । ଆଜି ଭାରତର ଅଧିନାୟକ ଟସ ଜିଣି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲ । ତେବେ ଭାରତ ଆରମ୍ଭରୁ ହିଁ ପୃଥ୍ବୀ ଶ’ଙ୍କ ଓ୍ବିକେଟ ହରାଇ ବିପଦରେ ପଡ଼ିଥିଲା । ଶ’ ଖାତା ଖୋଲିବା ପୂର୍ବରୁ ମିଚେଲ ଷ୍ଟାର୍କଙ୍କ ଦ୍ବାରା ବୋଲ୍ଡ ହୋଇଥିଲେ । ଅନ୍ୟତମ ଓପନର ମୟଙ୍କ ଅଗ୍ରଓ୍ବାଲ ମଧ୍ୟ ମାତ୍ର ୧୭ ରନ କରି ଆଉଟ ହୋଇଥିଲେ । ତେବେ ଅଧିନାୟକ ବିରାଟ କୋହଲି ଓ ଚେତେଶ୍ବର ପୂଜାରା ସତର୍କତାର ସହ ବ୍ୟାଟିଂ କରି ଦଳକୁ ବିପଦମୁକ୍ତ କରିଥିଲେ । ବିରାଟ ୭୪ ରନ କରିଥିବାବେଳେ ପୂଜାରା ୪୩ ରନ କରିଥିଲେ । ପୂଜାରା ଆଉଟ ହେବାପରେ ଆସିଥିବା ଅଜିଙ୍କ୍ୟ ରାହାଣେ ୪୨ ରନର ଯୋଗଦାନ ଦେଇଥିଲେ । ମାତ୍ର ହନୁମା ବିହାରି ୧୬ ରନ କରି ଆଉଟ ହୋଇଥିଲେ । ଆଜି ଷ୍ଟମ୍ସ ଅପସାରଣ ବେଳକୁ ରିଦ୍ଧିମାନ ଶାହା ଓ ରବିଚନ୍ଦ୍ରନ ଅଶ୍ବୀନ ଯଥାକ୍ରମେ ୯ ଓ ୧୫ ରନ କରି ଅପରାଜିତ ଅଛନ୍ତି ।