ଚିନ୍ତା ବଢ଼ାଇଲାଣି ମ୍ୟାଲେରିଆ ସଂକ୍ରମଣ : ରାୟଗଡ଼ା, କନ୍ଧମାଳରେ ଅସମ୍ଭାଳ ସ୍ଥିତି

ଭୁବନେଶ୍ୱର, ୦୬/୦୮ : ଅନୁଗୁଳ ଜିଲ୍ଲା ବଅଁରପାଳ, ଆଠମଲ୍ଲିକ, ତାଳଚେର ଓ ପାଳଲହଡ଼ାରେ ମଶା ଉପଦ୍ରବରେ ଅଞ୍ଚଳବାସୀ ଅତିଷ୍ଠ । ବଅଁରପାଳରେ ୧୨ ଆକ୍ରାନ୍ତ । ଗତ ବର୍ଷ ଅପେକ୍ଷା ଚଳିତ ବର୍ଷ ମ୍ୟାଲେରିଆ ଆକ୍ରାନ୍ତ ସଂଖ୍ୟା ବୃଦ୍ଧି ନେଇ ଆଶଙ୍କା । ରାୟଗଡ଼ା, କୋରାପୁଟ, କନ୍ଧମାଳ ଓ ମାଲକାନଗିରି ପରେ ଆଭ୍ୟନ୍ତରୀଣ ଓଡ଼ିଶାରେ ମାଡ଼ିଲାଣି ମ୍ୟାଲେରିଆ । ମଶା କାମୁଡ଼ାରେ ଅତିଷ୍ଠ ହେଲେଣି ଅନୁଗୁଳ ଜିଲ୍ଲାବାସୀ । ଡ୍ରେନେଜ ସୁବିଧା ନଥିବାରୁ ଜମି ରହୁଛି ବର୍ଷା ପାଣି । ଯାହା ମ୍ୟାଲେରିଆ ଭଳି ରୋଗକୁ ଡାକି ଆଣୁଛି କହିଲେ ଅତ୍ୟୁକ୍ତି ହେବ ନାହିଁ । ଚଳିତ ବର୍ଷ ବଅଁରପାଳ ବ୍ଲକରେ ୧୨ଜଣ ମ୍ୟାଲେରିଆରେ ଆକ୍ରାନ୍ତ ହୋଇଛନ୍ତି । ସେହିଭଳି ଆଠମଲ୍ଲିକ, ପାଳଲହଡ଼ା ଓ ଖଣି ପ୍ରବଣ ତାଳଚେରରେ ମଧ୍ୟ ସ୍ଥିତି ସାଙ୍ଘାତିକ । ଜ୍ବରରେ ଆକ୍ରାନ୍ତ ପରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ରକ୍ତ ପରୀକ୍ଷା ପାଇଁ ଲୋକଙ୍କ ଲମ୍ବା ଲାଇନ୍ ଦେଖିବାକୁ ମିଳିଛି । ଉପାନ୍ତ ଅଞ୍ଚଳରେ ମ୍ୟାଲେରିଆକୁ ନିୟନ୍ତ୍ରଣ କରିବାରେ ‘ଦମନ’ ଅଭିଯାନ ଆରମ୍ଭ କରି କୃତିତ୍ୱ ଅର୍ଜନ କରିଥିଲେ । ଆଉ ଏବେ ଅନୁଗୁଳ ଜିଲ୍ଲାରେ ମ୍ୟାଲେରିଆକୁ ଦମନ କରିବା, ତାଙ୍କ ପାଇଁ ବଡ଼ ଚ୍ୟାଲେଞ୍ଜ ସୃଷ୍ଟି କରିଛି । କହିଛନ୍ତି, ଜିଲ୍ଲାରେ ମ୍ୟାଲେରିଆ ଦମନ ପାଇଁ ବିଶେଷଜ୍ଞଙ୍କ ସହ ଆଲୋଚନା କରି ପଦକ୍ଷେପ ଗ୍ରହଣ କରାଯିବ । ମ୍ୟାଲେରିଆ ନିୟନ୍ତ୍ରଣ ପାଇଁ ସରକାରଙ୍କ ବିଭିନ୍ନ ଯୋଜନା ଏବେ ପ୍ରହସନ ପାଲଟିଛି । ଏବେଠୁ ନିୟନ୍ତ୍ରଣକୁ ନଆସିଲେ, ଆଗକୁ ସ୍ଥିତି ଆହୁରି ସାଂଘାତିକ ହେବ ।