ଟ୍ୱିଟର ଓ ମେଟା ପରେ ଛଟେଇ ପାଇଁ ପ୍ରସ୍ତୁତ ହେଉଛି Google: ଯାଇପାରେ ୧୦,୦୦୦ କର୍ମଚାରୀଙ୍କ ଚାକିରି

ନୂଆଦିଲ୍ଲୀ: ମେଟା ଏବଂ ଆମାଜନ ପରି ଟେକ୍ କମ୍ପାନୀଗୁଡିକ ଦ୍ୱାରା ଛଟେଇ ହେବା ପରେ ବର୍ତ୍ତମାନ ଗୁଗୁଲ ମଧ୍ୟ ଏହାର କର୍ମଜୀବୀଙ୍କୁ ହ୍ରାସ କରିବାକୁ ପ୍ରସ୍ତୁଟି ଆରମ୍ଭ କରିଛି । ଏକ ରିପୋର୍ଟ ଅନୁଯାୟୀ, ଗୁଗୁଲର ପ୍ୟାରେଣ୍ଟ୍ କମ୍ପାନୀ ଆଲଫାବେଟ୍ ମଧ୍ୟ ଅଣ-କାର୍ଯ୍ୟକ୍ଷମ କର୍ମଚାରୀ ଅର୍ଥାତ୍ ଖରାପ ପ୍ରଦର୍ଶନ କରୁଥିବା ଲୋକଙ୍କୁ ବାହାର କରିଦେବ ।

ଏକ ରିପୋର୍ଟ ଅନୁସାରେ,ଗୁଗୁଲ ଏହାର ପ୍ରାୟ ୬ ପ୍ରତିଶତ କର୍ମଚାରୀ କିମ୍ବା ୧୦,୦୦୦ ଲୋକଙ୍କୁ ଛଟେଇ କରିପାରେ। କମ୍ପାନୀ ପ୍ରଥମେ ସେମାନଙ୍କୁ ଚିହ୍ନଟ କରିବ, ଯେଉଁମାନେ ଅଣ୍ଡରଫର୍ମର୍ କିମ୍ବା ଖରାପ ପ୍ରଦର୍ଶନ କରୁଛନ୍ତି । କୁହାଯାଉଛି କମ୍ପାନୀର ଗ୍ଳୋବାଲ ଆର୍ଥିକ ଅବସ୍ଥା ବିଗିଡ଼ିବା ଯୋଗୁଁ କମ୍ପାନୀ ଏହି ଛଟେଇ କରୁଛି ।

ତେବେ ଗୁଗୁଲ ଏହାର କର୍ମଚାରୀଙ୍କ କାର୍ଯ୍ୟଦକ୍ଷତା ଦେଖିବା ପାଇଁ ଏକ ସ୍ୱତନ୍ତ୍ର କାର୍ଯ୍ୟଦକ୍ଷତା ମୂଲ୍ୟାୟନ ବ୍ୟବସ୍ଥା ସୃଷ୍ଟି କରିଛି, ଯାହା ଅଧୀନରେ କର୍ମଚାରୀଙ୍କ କାର୍ଯ୍ୟଦକ୍ଷତା ମାପ କରାଯିବ । ଏହି ବ୍ୟବସ୍ଥା ଆଧାରରେ କର୍ମଚାରୀଙ୍କୁ ବରଖାସ୍ତ କରାଯିବ ।

SBI_Festive_Digital Billboard